ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୋଳରେ ବିଜେଡ଼ି ପ୍ରାର୍ଥୀ କେଶବଙ୍କ ବିଜୟ 

ଢେ଼ଙ୍କାନାଳ(ମ ସୀହା)୦୫/୦୪_ଗତ ୩ ତାରିଖରେ ହୋଇଥିବା ହିନ୍ଦୋଳ ଏନ୍ଏସି ନିର୍ବାଚନର ଫଳାଫଳ ରେ ଶାସକ ଦଳ ବିଜେଡ଼ି ବାଜିମାତ କରିଛି lସମୁଦାୟ ୨୬ ଗୋଟି ୱାର୍ଡ ମଧ୍ୟରୁ ବିଜେଡ଼ି ସର୍ବାଧିକ ୧୧ ଟି ଆସନ ଓ ବିଜେପି ୫ ଟି ଆସନ ରେ ବିଜୟ ଲାଭ କରିଛି।ବିଜେଡ଼ି ଚେୟାରମ୍ୟାନ ପ୍ରାର୍ଥୀ କେଶବ ପ୍ରଧାନ ୪୨୪ ଭୋଟ୍ ରେ ବିଜେପି ପ୍ରାର୍ଥୀନୀ ସୋଭାଗିନି କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଭୁବନେଶ୍ବର ଉତ୍ତରା ବିଧାୟକ ସୁଶାନ୍ତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ରଣନୀତି ରେ ବିଜେଡ଼ି ର ସମ୍ମାନ ରକ୍ଷା ହୋଇ ପାରିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଫଳାଫଳ ଘୋଷଣା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକଙ୍କ ନେତୃତ୍ଵରେ ଏକ ବିରାଟ ଶୋଭାଯାତ୍ରା ଏନ୍ଏସି ପରିକ୍ରମା କରିଥିଲା l  

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ବଙ୍ଗଳାଦେଶ ରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧ ରେ ଏକ ବିକ୍ଷୋଭ ସଭା, ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର 

masiha

Leave a Comment

error: Content is protected !!