ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଜୟପାଟଣା:୫/୪/୨୩ // ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଗ୍ରାମରେ ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୋଗୁଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସହର ମଧ୍ୟରେ ଥିବା ପାନ ଦୋକାନରେ ଭଙ୍ଗାରୁଜା ସହିତ ଦୋକାନିକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଯୁବକ ଓମ୍ ପ୍ରକାଶ ବୈଠାରୁ ଓରଫ (ବାପି) ଏବଂ ତା ସ୍ତ୍ରୀ ସାଙ୍ଗରେ କିଛି ଗୁଣ୍ଡା ବ୍ୟକ୍ତିଙ୍କୁ ଆଣି ରଞ୍ଜନ ଦଳେଇ ନାମକ ଯୁବକଙ୍କ ପାନ ଦୋକାନ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଏଥିରେ ରଞ୍ଜନକୁ ଆକ୍ରମଣକାରୀ ମାନେ ଦୋକାନରେ ଥିବା ଲୁହାରଡ଼ରେ ତଥା ତୀକ୍ଷ୍ଣ ଅସ୍ତ୍ରରେ ଗଭୀର ଆଘାତ ଦେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ସ୍ଥାନୀୟ ମା ବଣିକ ସଂଘ ତୀବ୍ର ନିନ୍ଦା କରିବା ସହିତ ସଂଘ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି । ଦୋକାନି ଏବଂ ଆକ୍ରମଣକାରୀ ପୋଡ଼ାଶୀ ହୋଇଥିବାରୁ ଛୋଟ କଳିରୁ ମହାଭାରତ ଶ୍ରୁଷ୍ଟି ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ତେବେ ମୁଖୀଗୁଡା ଏକ ଶାନ୍ତିପ୍ରିୟ ଅଞ୍ଚଳ ହୋଇ ଥିବାରୁ ଏହି ଘଟଣା ଅଞ୍ଚଳ ବାସୀଙ୍କ ମନରେ ଘୋର ବ୍ୟାଘାତ ପହଞ୍ଚାଥିବା ସ୍ଥାନୀୟ ବଣିକ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ପୋଲିସ ପ୍ରଶାସନ ଘଟଣାର ଉପଯୁକ୍ତ ତଦନ୍ତକରୀ ଦୋଷୀକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

Sunil Chandra Nayak

ବିଷ ପଈ ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

Leave a Comment

error: Content is protected !!