ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଲାଙ୍କ ଗାନ୍ଧି’ ସଂପର୍କରେ ଆଲୋଚନାଚକ୍ର

ରାଉରକେଲା/ ଗାନ୍ଧି ଶାନ୍ତି ଫାଉଣ୍ଡେସନ ତରଫରୁ ‘ପିଲାଙ୍କ ଗାନ୍ଧି’ ସଂପର୍କରେ ଆଲୋଚନାଚକ୍ର ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ସଭାପତିତ୍ବ ଓ ଫାଉଣ୍ଡେସନର ସଭ୍ୟ ରବି ଦାସଙ୍କ ଆବାହକତ୍ବରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଚାରପତି ତଥା ଗାନ୍ଧି ପିସ ଫାଉଣ୍ଡେସନର ଓଡିଶା ସଭାପତି ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଓ ଜାତୀୟ ଗାନ୍ଧୀ ସ୍ମାରକନିଧିର ଟ୍ରଷ୍ଟି ଡଃ ବିଶ୍ବଜିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଙ୍କ ଜୀବନୀ ଓ ସତ୍ୟର ପ୍ରୟୋଗ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି ଗାନ୍ଧିଙ୍କ ଆତ୍ମକଥା ଓ ନିଜର ଅଭିଜ୍ଞତା କୁ ଭିତ୍ତି କରି କହିଲେ ଯେ ଯେତେ ଅଧିକ ଲୋକଙ୍କ ନାମ ମନେରଖିବ ଜୀବନରେ କେବେ ହାରିବନି, ଅଧିକ ଭାଷା ଶିଖିଲେ ସଫଳତା ମିଳେ ଓ ଯିଏ ନିଜ ଧର୍ମକୁ ଭଲଭାବେ ଜାଣିଥିବ ଓ ଅନ୍ୟ ଧର୍ମକୁ ସମ୍ମାନ ଦେଉଥିବ, ସେଭଳି ବ୍ୟକ୍ତି ଜୀବନରେ କେବେ ହାରିବନି । ମୁଖ୍ୟବକ୍ତା ଡଃ ବିଶ୍ବଜିତ ତାଙ୍କ ବକ୍ତବ୍ଯରେ ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଙ୍କ ବାନରସେନା ଓ ମୁଷିକ ସେନାଙ୍କ ଅବଦାନ, ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀମତୀ ମହାପାତ୍ର ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ ଆବାହକ ଶ୍ରୀ ଦାସ ବିଚାରପତି ଶ୍ରୀ ମହାନ୍ତିଙ୍କ ରାଉରକେଲା ସହ ଯୋଗସୂତ୍ର ସଂପର୍କରେ କହିଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସଂପର୍କୀତ ଏକ ଗୀତର ଅବଧିରେ ଶିକ୍ଷକ ଅନିରୁଦ୍ଧ ସାହୁ ଗାନ୍ଧୀଙ୍କ ଚିତ୍ର ଆଙ୍କିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ସର୍ବଶ୍ରୀ ରାଜକିଶୋର ମିଶ୍ର, ବିଷ୍ଣୁପ୍ରସାଦ ଅଗ୍ରୱାଲ,ଭାରତ ବିକାଶ ପରିଷଦର ଅନୁପମ ଗୁପ୍ତା, ରାଜା ମହାନ୍ତି, ନମିତା ମହାନ୍ତି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୀବନ ସଂଜ ହେବାକୁ ବସିଲାଣି; ଜୁଝାର ଓ ତାଙ୍କ ସ୍ତ୍ରୀ ରାଉନ୍ଦେକୁ ମଧୁବାବୁ ପେନସନ ସାତ ସପନ

ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ସିବିଏସସି କଳାହାଣ୍ଡି ଟପ୍ପର ଅନିକେତ ଙ୍କୁ ସମ୍ବର୍ଦ୍ଧନା

masiha

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!