ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳୀ ଙ୍କର ନିଆରା ପର୍ବ ମାରାମବୁରୁ ବନ ଭୋଜନି ପାଳିତ

କାମାକ୍ଷାନଗର (ମ ନି ସ)୦୫/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତ ବାଲିସାହିରେ ଏହି ଗ୍ରାମର ମା ଅଧିଷ୍ଟାତ୍ରୀ ଦେବୀ ମାରାମବୁରୁ ବନ ଭୋଜନି ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବ ପଣା ସଂକ୍ରାନ୍ତି ପୂର୍ବର ଶେଷ ଶନିବାର କିମ୍ବା ରବିବାର ପଡ଼ିଥାଏ । ସେହିଦିନ ସାନ୍ତାଳୀ ସମାଜର ଲୋକ ମାନେ ଘର ଲିପା ପୋଛା କରି ଝୋଟି ଦେଇ ମା ମାରମୁବୁରୁ ଙ୍କୁ ପୂଜା କରି ବନ ଭୁଜନି ପର୍ବ ଅନୁଷ୍ଠିତ କରିଥିଲେ। ଏହି ପର୍ବରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ପୂର୍ବତନ ବ୍ଲକ୍ ଅଧକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଶ୍ରୀଯୁକ୍ତ କାର୍ତ୍ତିକ ସାହୁ ,ସଭାପତି ସମାଇଁ ମାରାଣ୍ଡି ସମ୍ପାଦକ ଶିବ ଟୁଡୁ,ଶୁଶାନ୍ତ ବେହେରା, ମୁନା ଟୁଡୁ,ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ ଉଦଭୋଦନ ଦେଇ ସାନ୍ତାଳ ସମାଜ ଉନ୍ନତି କରଣ କେମିତି ହେବ ଚର୍ଚ୍ଚା ହୋଇଥିଲା। ସାନ୍ତାଳ ସମାଜର ଆଦିବାସୀ ନିଆରା ପରମ୍ପରା ,ଅତିଥି ସତ୍କାର ଓ ଚାଲିଚଳନ ଏ ଦେଶ ଜାତି ପାଇଁ ଗୌରବ ବୋଲି କହିଥିଲେ। ତାପରେ ମୁଖିଆ ସାଲାଇ ମୁର୍ମୁ ସଭା ଭଙ୍ଗ କରିଥିଲେ।ତାପରେ ମାଦଲ ର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳ ଠାରେ ଗୁରୁ ଦିବସ ପାଳନ

masiha

ସଦର ମାଟିରେ ସଂଗ୍ରାମୀ ବଂଶୀଧର ଦାସଙ୍କ ସ୍ମୃତି ଚାରଣ 

masiha

ବ୍ଲକସ୍ତରୀୟ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!