ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୁଲା ଭଟା ଗାଁ ରେ ବାଘ ଆତଙ୍କ

ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ। ଗୁରୁବାର ରାତିରେ ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝିଙ୍କ ଗାଈକୁ ମାରି ଖାଇଲା ବାଘ।

ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା। ଜଙ୍ଗଲରେ ମହୁଲ ଖାଇବା ଆଶାରେ ରହିଯାଇଥିଲା। ବାଘ ଭୟରେ ପରିବାର ଲୋକେ ଗାଈକୁ ଖୋଜିବାକୁ ଯାଇନଥିଲେ। ଆଜି ସକାଳେ ଜଙ୍ଗଲ ଭିତରେ ଗୋବର୍ଦ୍ଧନଙ୍କ ଗାଈର ମୃତଦେହ ପଡିଥିଲା। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଗାଈକୁ ବାଘ ଶୀକାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୁଜିତ କୁମାର ପ୍ରଧାନ ନୂଆପଡା

Related posts

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ବିହନ ଉତ୍ପାଦକ ଙ୍କ ବୈଠକ 

masiha

Leave a Comment

error: Content is protected !!