ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ଼ ରେ ହନୁମାନ ଜୟନ୍ତୀ ସମାରୋହରେ ପାଳିତ

ଜୁନାଗଡ଼,୭/୪(ମ ନି ସ) ଜୁନାଗଡ଼ ସହରରେ ଭଗବାନ ହନୁମାନଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି।ସ୍ଥାନୀୟ ରାମସ୍ୱାମୀ ମନ୍ଦିର ପରିଚାଳନା କମିଟି ତରଫରୁ ପାଳନ କରାଯାଇଥିବା ଏହି ଜୟନ୍ତୀରେ ସହରର ଅନେକ ସଂଗଠନ ସାମିଲ ହୋଇଥିଲେ।ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା।ଭଗବାନ ହନୁମାନଙ୍କ ଫୋଟୋ ଚିତ୍ରକୁ ସଜ୍ଜିତ କରାଯାଇ ଘଣ୍ଟବାଦ୍ୟ, ବ୍ୟାଣ୍ଡ, ଡିଜେ, ଆଖଡା, ଏବଂ ଲୋକନୃତ୍ୟ ର ତାଳେ ତାଳେ ହଜାର ହଜାର ମହିଳା ପୁରୁଷ ସାମିଲ ହୋଇ ସହର ପରିକ୍ରମା କରିଥିଲେ।ଏହି ଶୋଭଯାତ୍ରା ସହରର ଇନ୍ଦିରା ଛକ, ବଜାରଛକ, ପୁରୁଣା ବସ ଷ୍ଟାଣ୍ଡ , କଲମପୁର ଛକ, ନୂଆବସଷ୍ଟାଣ୍ଡ ,ଲଙ୍କେଶ୍ୱରୀ ଛକ ମେଡିକାଲ ଛକ ହୋଇ ପୁଣି ମନ୍ଦିରଠାରେ ପହଞ୍ଚିଥିଲା।ଏଥିରେ ନଗରପାଳ ମୁକେଶ ଅଗ୍ରୱାଲ ଏବଂ ମାରବାଡ଼ି ଯୁବା ସଂଗଠନ,ମହିଳା ସଂଗଠନ ସତ୍ୟସାଇ ସେବାଦଲ, ଏବଂ ବିଭିନ୍ନ ସଂଗଠନର କର୍ମକର୍ତା ଓ ସହରବାସୀ ସାମିଲ ହୋଇଥିଲେ।ଏହିସବୁ ସଂଗଠନ ତରଫରୁ ବିଭିନ୍ନ ସ୍ଥାନରେ ପାନୀୟଜଳ ଓ ପ୍ରସାଦ ସେବନ ବ୍ୟବସ୍ଥା ସହ ମନ୍ଦିରରେ ଅନ୍ନ ପ୍ରସାଦ ବିତରଣ କରଯାଇଥିଲା।ଜୁନାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

masiha

ରାଇରଙ୍ଗପୁରରେ ପଞ୍ଚଦୀଵସୀୟ ୩୦ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୂଜା

Sunil Chandra Nayak

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!