ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୭୨ ବର୍ଷରେ ଡ଼ଙ୍ଗାବାହାଲ ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

ମ.ରାମପୁର,୭/୪(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଂଟା ପଂଚାୟତର ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ାର ରାମଲୀଳା ୧୯୫୨ ମସୀହା ରେ ଆରମ୍ଭ ହୋଇଥିଲା l ଏହି ରାମଲୀଳା ଚଳିତ ବର୍ଷ ୭୨ ବର୍ଷରେ ପଦାର୍ପଣ କରିଛି l ଶ୍ରୀ ରାମଜୀଉ ନାଟ୍ୟ କଳା ପରିଷଦ, ଡ଼ଙ୍ଗାବାହାଲ,ଡ଼ୁମେରଗୁଡ଼ା ଦ୍ୱାରା ପ୍ରଥମେ ୧୯୫୨ ରୁ ୧୯୬୫(ପ୍ରଥମ ଚଉଦ ବର୍ଷ) ସଂପନ୍ନ ହେଇଥିବାବେଳେ ଏହି ମହାନ ଇତିହାସର ପ୍ରଥମ ,ନିର୍ଦ୍ଦେଶକ: ହନୁ ପ୍ରସାଦ ସାହୁ , ଲେଖକ: ସଦାଶିବ ଙ୍କ ରାମଲୀଳାକୁ ଜୀବନ୍ତ ଅଭିନୟ କରିଥିଲେ ମୁଖ୍ୟ କଳାକାର: ବଙ୍ଗାଳୀ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ,ବୁଧୁ ନାଏକ,ଖଗେଶ୍ୱର ସାହୁ,ସୁଜନ କୁମୁରା ପ୍ରମୁଖ । ଦ୍ୱିତୀୟ ପର୍ଯ୍ୟାୟ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ହେଇଥିବାବେଳେ ନିର୍ଦ୍ଦେଶନା:ହନୁ ପ୍ରସାଦ ସାହୁ ନିର୍ବାହ କରିଥିବାବେଳେ ଏଥିରେ ମୁଖ୍ୟ କଳାକାର:ଘାସିରାମ ସାହୁ,ପବିତ୍ର ବିଶ୍ୱାଳ,ବୁଦୁଙ୍ଗ ସାହୁ, ତପି ପାତ୍ର, ରବି କଅଁର କଦଳୀ ଧରୁଆ,ଠିକ୍ ସେହିପରି ତୃତୀୟ ପର୍ଯ୍ୟାୟ୧୯୮୦ରୁ ୧୯୯୩(ପଂଚମ ପର୍ଯ୍ୟାାୟ) ରେ ନିର୍ଦ୍ଦେଶନା: ବିଭୀଷଣ ନାଏକ,ଡ଼ଙ୍ଗାବାହଲ ଓ ମୁଖ୍ୟ କଳାକାର: ଦିଗାମ୍ବର ନାଏକ,ଥବିର ବାଗ,ରାମ ପ୍ରସାଦ ସାହୁ,ହୃଷିକେଶ ସାହୁ,ଶତୃଘ୍ନ ପାତ୍ର ଏହି ଧାରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ସମୟରେ ୧୯୯୪ରୁ ୨୦୦୭ (ଷଷ୍ଠ ପର୍ଯ୍ୟାୟ) ମଧ୍ୟ ନିର୍ଦ୍ଦେଶନା :ବିଭୀଷଣ ନାଏକ ଭାର ସମ୍ଭାଳି ଥିଲେ ଏବଂ ଏହି ଚଉଦବର୍ଷ ମଧ୍ୟରେ ମୁଖ୍ୟ କଳାକାର:ହରିହର ପାତ୍ର,ଅଖିଲ ନାଏକ,କର୍ଣ୍ଣ କଅଁର,କ୍ଷମାନିଧି ପଧାନ,ସୁକାସନ ସାହୁ ନିଜ ନିଜ ବ୍ରତ ପାଳନ ସହିତ ରାମଲୀଳା ମହୋତ୍ସବ ଚାଲୁରଖିଥିଲେ । ୨୦୦୮ରୁ ୨୦୨୧ (ସପ୍ତମ ପର୍ଯ୍ୟାୟ) ତୃତୀୟ ଥର ପାଇଁ ନିର୍ଦ୍ଦେଶନା:ବିଭୀଷଣ ନାଏକ ନେଇ ଥିଲେ । ଏଥିରେ ମୁଖ୍ୟ କଳାକାର:କରୁଣାକର ସାହୁ,ଶରଣ ବିଶ୍ୱାଳ,ଝସକେତନ ପଧାନ,ମଦନ ପଧାନ,ନିରଞ୍ଜନ ସାହୁ ପ୍ରମୁଖ ଏହି ସମୟରେ ନିଜର କଳାଚାତୁରୀ ପ୍ରଦର୍ଶନ କରିଥିଲେ । ସଂପ୍ରତି ଅତ୍ୟାଧୁନିକ ଯୁଗରେ ଯୁଗସହ ତାଳ ଦେଇ ୨୦୨୨ ରୁ ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହେଇଥିବାବେଳେ ଲେଖକ ଓ ନିର୍ଦ୍ଦେଶକ:ସୁରେନ୍ଦ୍ର ମିଶ୍ର,ଦଶପଲ୍ଲା,ନୟାଗଡ଼ ରହିଛନ୍ତି । ଏବଂ ଚଳିତ ଥର ଏହି ମହାନ ରାମଲୀଳା ମହୋତ୍ସବରେ ମୁଖ୍ୟ କଳାକାର: ପୁଷ୍ପେନ୍ଦ୍ର ସାହୁ,ମାନସ ରଂଜନ ପଧାନ,ନିବାସ ପାତ୍ର,ଉଦିତ ପାତ୍ର,ପ୍ରିୟ ରଂଜନ ସାହୁ ପ୍ରମୁଖ ନିଜ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ୭୨ବର୍ଷର ଏହି ଧର୍ମୀୟ ଧାରା ଏଇ ଗାଁକୁ ଆଜି ବି ଏକତାର ସୂତ୍ରରେ ବାନ୍ଧି ରଖିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗାଁର ରାମଲୀଳାରେ ଦର୍ଶକଙ୍କ ପ୍ରବଳ ସମାଗମ ହେଉଥିବା ଦେଖାଯାଇଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଶ୍ୱ ଶାନ୍ତି ଅଲେଖ ମହିମା ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!