ମ.ରାମପୁର,୭/୪(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଂଟା ପଂଚାୟତର ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ାର ରାମଲୀଳା ୧୯୫୨ ମସୀହା ରେ ଆରମ୍ଭ ହୋଇଥିଲା l ଏହି ରାମଲୀଳା ଚଳିତ ବର୍ଷ ୭୨ ବର୍ଷରେ ପଦାର୍ପଣ କରିଛି l ଶ୍ରୀ ରାମଜୀଉ ନାଟ୍ୟ କଳା ପରିଷଦ, ଡ଼ଙ୍ଗାବାହାଲ,ଡ଼ୁମେରଗୁଡ଼ା ଦ୍ୱାରା ପ୍ରଥମେ ୧୯୫୨ ରୁ ୧୯୬୫(ପ୍ରଥମ ଚଉଦ ବର୍ଷ) ସଂପନ୍ନ ହେଇଥିବାବେଳେ ଏହି ମହାନ ଇତିହାସର ପ୍ରଥମ ,ନିର୍ଦ୍ଦେଶକ: ହନୁ ପ୍ରସାଦ ସାହୁ , ଲେଖକ: ସଦାଶିବ ଙ୍କ ରାମଲୀଳାକୁ ଜୀବନ୍ତ ଅଭିନୟ କରିଥିଲେ ମୁଖ୍ୟ କଳାକାର: ବଙ୍ଗାଳୀ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ,ବୁଧୁ ନାଏକ,ଖଗେଶ୍ୱର ସାହୁ,ସୁଜନ କୁମୁରା ପ୍ରମୁଖ । ଦ୍ୱିତୀୟ ପର୍ଯ୍ୟାୟ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ହେଇଥିବାବେଳେ ନିର୍ଦ୍ଦେଶନା:ହନୁ ପ୍ରସାଦ ସାହୁ ନିର୍ବାହ କରିଥିବାବେଳେ ଏଥିରେ ମୁଖ୍ୟ କଳାକାର:ଘାସିରାମ ସାହୁ,ପବିତ୍ର ବିଶ୍ୱାଳ,ବୁଦୁଙ୍ଗ ସାହୁ, ତପି ପାତ୍ର, ରବି କଅଁର କଦଳୀ ଧରୁଆ,ଠିକ୍ ସେହିପରି ତୃତୀୟ ପର୍ଯ୍ୟାୟ୧୯୮୦ରୁ ୧୯୯୩(ପଂଚମ ପର୍ଯ୍ୟାାୟ) ରେ ନିର୍ଦ୍ଦେଶନା: ବିଭୀଷଣ ନାଏକ,ଡ଼ଙ୍ଗାବାହଲ ଓ ମୁଖ୍ୟ କଳାକାର: ଦିଗାମ୍ବର ନାଏକ,ଥବିର ବାଗ,ରାମ ପ୍ରସାଦ ସାହୁ,ହୃଷିକେଶ ସାହୁ,ଶତୃଘ୍ନ ପାତ୍ର ଏହି ଧାରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ସମୟରେ ୧୯୯୪ରୁ ୨୦୦୭ (ଷଷ୍ଠ ପର୍ଯ୍ୟାୟ) ମଧ୍ୟ ନିର୍ଦ୍ଦେଶନା :ବିଭୀଷଣ ନାଏକ ଭାର ସମ୍ଭାଳି ଥିଲେ ଏବଂ ଏହି ଚଉଦବର୍ଷ ମଧ୍ୟରେ ମୁଖ୍ୟ କଳାକାର:ହରିହର ପାତ୍ର,ଅଖିଲ ନାଏକ,କର୍ଣ୍ଣ କଅଁର,କ୍ଷମାନିଧି ପଧାନ,ସୁକାସନ ସାହୁ ନିଜ ନିଜ ବ୍ରତ ପାଳନ ସହିତ ରାମଲୀଳା ମହୋତ୍ସବ ଚାଲୁରଖିଥିଲେ । ୨୦୦୮ରୁ ୨୦୨୧ (ସପ୍ତମ ପର୍ଯ୍ୟାୟ) ତୃତୀୟ ଥର ପାଇଁ ନିର୍ଦ୍ଦେଶନା:ବିଭୀଷଣ ନାଏକ ନେଇ ଥିଲେ । ଏଥିରେ ମୁଖ୍ୟ କଳାକାର:କରୁଣାକର ସାହୁ,ଶରଣ ବିଶ୍ୱାଳ,ଝସକେତନ ପଧାନ,ମଦନ ପଧାନ,ନିରଞ୍ଜନ ସାହୁ ପ୍ରମୁଖ ଏହି ସମୟରେ ନିଜର କଳାଚାତୁରୀ ପ୍ରଦର୍ଶନ କରିଥିଲେ । ସଂପ୍ରତି ଅତ୍ୟାଧୁନିକ ଯୁଗରେ ଯୁଗସହ ତାଳ ଦେଇ ୨୦୨୨ ରୁ ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହେଇଥିବାବେଳେ ଲେଖକ ଓ ନିର୍ଦ୍ଦେଶକ:ସୁରେନ୍ଦ୍ର ମିଶ୍ର,ଦଶପଲ୍ଲା,ନୟାଗଡ଼ ରହିଛନ୍ତି । ଏବଂ ଚଳିତ ଥର ଏହି ମହାନ ରାମଲୀଳା ମହୋତ୍ସବରେ ମୁଖ୍ୟ କଳାକାର: ପୁଷ୍ପେନ୍ଦ୍ର ସାହୁ,ମାନସ ରଂଜନ ପଧାନ,ନିବାସ ପାତ୍ର,ଉଦିତ ପାତ୍ର,ପ୍ରିୟ ରଂଜନ ସାହୁ ପ୍ରମୁଖ ନିଜ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ୭୨ବର୍ଷର ଏହି ଧର୍ମୀୟ ଧାରା ଏଇ ଗାଁକୁ ଆଜି ବି ଏକତାର ସୂତ୍ରରେ ବାନ୍ଧି ରଖିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗାଁର ରାମଲୀଳାରେ ଦର୍ଶକଙ୍କ ପ୍ରବଳ ସମାଗମ ହେଉଥିବା ଦେଖାଯାଇଛି ।
previous post
next post