ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାକ୍ତରଙ୍କୁ ଲୁଟ ଘଟଣାରେ  ଜଣେ ଡାକ୍ତର ସମେତ ସହଯୋଗୀ ଲୁଟେରା ଗରିଫ

ଗିରଫ ଡାକ୍ତର ଜୁନାଗଡ ଏପୋଲୋ ଡାଇଗୋନଷ୍ଟିକ ସେଣ୍ଟର ରେ କାର୍ଯ୍ୟରତ ଥିବା ପ୍ରକାଶ..

କଳାହାଣ୍ଡି ଜିଲ୍ଲା କୁନାଗଡ ଥାନା ଅଞ୍ଚଳରେ ଜଣେ ଡାକ୍ତରଙ୍କଠାରୁ ସୁନା ଚେନ, ଟଙ୍କା ଲୁଟ କରି ଅନ୍ୟ ଜଣେ ଡାକ୍ତର ଗିରଫ ହେବା ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ଜୁନାଗଡ ପୋଲିସ ସମ୍ପୃକ୍ତ ଡାକ୍ତର ବିକାଶ ସରକାର (୩୪) ଓ ତାଙ୍କ ଜଣେ ସହଯୋଗୀ ଭବାନୀପାଟଣା ସହର ବିବିସି ପଡାର ବିଜୟ କୁମାର ରାଉତ (୨୩)ଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଆଉ ତିନି ଜଣଙ୍କ ଫେରାର ଥିବା ଜଣା ପଡିଛି।ପୋଲିସ ସୂଚନା ଅନୁଯାୟୀ,ଜୁନାଗଡ଼ ସହର ଲକ୍ଷ୍ମୀସାଗର ପଡାରେ ଗତ ୩ ତାରିଖ ରାତି ୮ଟାରେ ସ୍ଥାନୀୟ ସନ ହସ୍ପିଟାଲର ଅର୍ଥପେଡିକ ଡାକ୍ତର କେ ଶ୍ରୀ ନିବାସ ରାଓଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ମାଡ ମାରିବା ସହ ସୁନା ଚେନ, ୬ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।ଏହି ଘଟଣାକୁ ନେଇ ଡାକ୍ତର ରାଓ ଜୁନାଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୪୨/୨୩) ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜୁନାଗଡରେ ନୂତନ ଭାବେ ଯୋଗ ଦେଇ ଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତ୍ୱରିତ୍ଵ ପଦକ୍ଷେପ ଯୋଗୁଁ ଏହି ଘଟଣାରେ ଜଣେ ଡାକ୍ତର ଓ ତାଙ୍କ ସହ ଯୋଗୀଙ୍କ ସମ୍ପୃକ୍ତ ଥିବା ଜଣାପଡିଥିଲା। ଗିରଫ ସଂପୃକ୍ତ ଡ଼ାକ୍ତର ଜୁନାଗଡ ସ୍ଥିତ ଏପୋଲୋ ଡାଇଗୋନଷ୍ଟିକ ସେଣ୍ଟର ରେ କାର୍ଯ୍ୟରତ ଥିବାରୁ ବ୍ୟବସାୟିକ ଦୃଷ୍ଟି କୋଣରୁ ସଂପୃକ୍ତ ଡାଇଗୋନଷ୍ଟିକ ସେଣ୍ଟର ଇଙ୍ଗିତ ରେ ଏହି ଘଟଣା ଘଟିଥିବା ବିଷୟକୁ ଏଡାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

Sunil Chandra Nayak

ମୃତ ବ୍ୟକ୍ତିର ଶରୀର ଉଦ୍ଧାର 

masiha

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

Sunil Chandra Nayak

Leave a Comment

error: Content is protected !!