ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର’ଙ୍କ ୧୩୨’ ତମ ଜନ୍ମ ଜୟନ୍ତୀ ପାଳିତ

ମୟୂରଭଞ୍ଜ- ୧୫/୪; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମ ସ୍ଥିତ ବାବା ତିଲକା ପାଠାଗାର ପ୍ରାଙ୍ଗଣରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ଭୀମରାଓ ଆମ୍ବେଦକର’ଙ୍କ ୧୩୨’ ତମ ଜନ୍ମ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।

     ଗିଦିଘାଟୀ ଗ୍ରାମପଞ୍ଚାୟତ ର ତାରଣା, ହେଁସଡା, ଜଜଗୋଡା ଓ ଚାଡ୍ରୀ ପେସା ଗ୍ରାମସଭା ସହିତ ଆଖପାଖ ବିଭିନ୍ନ ଗ୍ରାମର ଗ୍ରାମବାସୀ’ଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାବା ତିଲକା ପାଠାଗାର ର ସଭାପତି ଶ୍ରୀ ରାମଚନ୍ଦ୍ର ହେମ୍ବ୍ରମ ଡ. ଭୀମରାଓ ଆମ୍ବାଦକର’ଙ୍କ ଫୋଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସଭା ଉଦଘାଟିତ କରିଥିଲେ ଏବଂ ଡ. ଆମ୍ବେଦକର’ଙ୍କ ଫୋଟ ଚିତ୍ରରେ ମଲ୍ୟାର୍ପଣ କରିଥିଲେ। ଏହାପରେ ପାଠାଗାର ର ପ୍ରତିଷ୍ଠାତା ତଥା ସମ୍ପାଦକ ରାମଦାସ ମୁର୍ମୁ ମାଲ୍ୟାର୍ପଣ କରିଥିଲେ। ପରେ ସର୍ବଶ୍ରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇ ହେମ୍ବ୍ରମ, ଗୁନ୍ଦାଇ ହାଁସଦାଃ, ପୂର୍ବତନ ସରପଞ୍ଚ ଗୋପିନାଥ ହାଁସଦାଃ, ଇଶ୍ବର ବାସ୍କେ, ଅଲଚିକି ଶିକ୍ଷକ କାଳୀଚରଣ ବାସ୍କେ, ବହଳଦା ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ, ସମାଜ ସେବୀ ପିତାମ୍ବର ମୁର୍ମୁ, ତାରଣା ମାଝୀବାବା ବିକ୍ରମ ହେମ୍ରମ, ପିତାମ୍ବର ଟୁଡୁ, ସୁରଧାନ ହେମ୍ବ୍ରମ, ଶ୍ରୀମତୀ ନାଗିମଣୀ ଟୁଡୁ, ଶ୍ରୀମତୀ ପୁଷ୍ପାମଣୀ ହାଁସଦାଃ ଏବଂ ଶ୍ରୀମତୀ ଚୁଲଗୀ ହେମ୍ବ୍ରମ ପ୍ରମୁଖ’ଙ୍କ ସହିତ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପ ଦୀପ ପ୍ରଜ୍ବଳନ କରି ବାବା ସାହେବ ଆମ୍ବେଦକରଙ୍କ ସହ ଅନ୍ୟାନ୍ୟ ମହା ପୁରୁଷଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଅତିଥି ଓ ସମ୍ମାନୀୟ ବିଶିଷ୍ଠ ବ୍ୟକ୍ତିଗଣ ଭାରତରତ୍ନ ବାବା ସାହେବ ଆମ୍ବେଦକର’ଙ୍କ ଜୀବନୀ ଓ ନିରପେକ୍ଷ ରାଷ୍ଟ୍ର ଗଠନରେ ତାଙ୍କ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶ ଗଠନରେ ସଠିକ୍ ରାସ୍ତା ଅବଲମ୍ବନ କରିବାକୁ ଆହ୍ବାନ ଦେଇଥିଲେ। ଏହା ସହିତ ସଭାରେ ଚାରି (୪) ଗୋଟି ପ୍ରସ୍ତାବ ସର୍ବସମ୍ମତ୍ତି କ୍ରମେ ଆଗତ ହୋଇଥିଲା। (୧) ଓଡିଶା ସରକାର ସାରନା ଧର୍ମ କୋଡ କୁ ବିଧାନ ସଭାରେ ପାରିତ କରି କେନ୍ଦ୍ର ପରକାରଙ୍କୁ ପଠାଇବା। (୨) ସାନ୍ତାଳୀ ଭାଷା ଓ ଅଲଚିକି କୁ ଓଡିଶା ସରକାର’ଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରାଯିବା। (୩) ରାଇରଙ୍ଗପୁର ଠାରେ ଡ. ଭୀମରାଓ ଆମ୍ବେଦକର’ଙ୍କ ପୂର୍ଣ୍ଣ ବୟବ (ଆପାଦ ମସ୍ତକ) ବ୍ରଞ୍ଜ ପ୍ରତିମୁର୍ତ୍ତି ସ୍ଥାପିତ କରାଯିବା। (୪) ଆଦିବାସୀ ମାନଙ୍କ ସମସ୍ତ ପ୍ରମୁଖ ପର୍ବ ପର୍ବଣୀରେ ସରକାରୀ ଛୁଟି ଘୋଷଣା କରାଯିବା ଆଦି ପ୍ରସ୍ତାବ ଗୃହିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ପିତାମ୍ବର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାପତି ରାମଚନ୍ଦ୍ର ହେମ୍ବ୍ରମ ସଭା ଭଙ୍ଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!