ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଗୀରଥି ପାତ୍ର କଂଗ୍ରେସ ଦଳିତ ସେଲର ମୟୂରଭଞ୍ଜ ଜିଲ୍ଲା ଅଧ୍ଯକ୍ଷ ନିଯୁକ୍ତ

 ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକର ବିଶିଷ୍ଟ ସାମାଜିକ କର୍ମୀ ତଥା ଆଜୀବନ କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଭାଗୀରଥି ପାତ୍ର ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ସେଲର ଦଳିତ ବର୍ଗ ତଥା ଏସି ସେଲର ଜିଲ୍ଲା ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ କଂଗ୍ରେସ ଦଳିତ ସେଲର ରାଜ୍ୟ ସଭାପତି ବାଙ୍କନିଧି ବେହେରା ନିଯୁକ୍ତି ଦେଇଥିବା ରାଜ୍ୟ ଦଳିତ ସେଲର ସଂଯୋଜକ ତାପସ କୁମାର ସେଠୀ ଲିଖିତ ସୂଚନା ପ୍ରଦାନ କରିଛନ୍ତି ।ଭାଗୀରଥୀ ପାତ୍ର ଛାତ୍ର ଜୀବନରୁ ଆଜିଯାଏଁ ଜଣେ କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ।ଅତିତରେ କଂଗ୍ରେସ ଦଳର ବହୁ ପଦବୀ ଓ ଦାୟିତ୍ଵ ନିଷ୍ଠାର ସହ ତୁଲାଇଥାନ୍ତି । ବିଭିନ୍ନ ଦଳର ଦଳ ବଦଳ ପ୍ରଲୋଭନକୁ ସେ ଏଡ଼ାଇ ଦେଇଛନ୍ତି ।ସେ କହିଥିଲେ ମୁଁ ଜଣେ କଂଗ୍ରେସ ଦଳକୁ ଭଲ ପାଉଥିବା ଲୋକଟିଏ । ମୃତ୍ୟୁର ଶେଷ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବି ଏବଂ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବି ।ଜଣେ ନିର୍ବିବିବାଦୀୟ ବ୍ୟକ୍ତି,ହସ ହସ ମୁହଁ, ପରୋପକାରୀ, ସମାଜସେବୀ,ଦରଦି ମଣିଷ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଗଠନ ସେ ଜଡ଼ିତ ଅଛନ୍ତି । ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦେଇଥିବାରୁ ସେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ,ବରିଷ୍ଠ କଂଗ୍ରେସ ନେତା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ବିଜୟ ପଟ୍ଟନାୟକ, ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟନାୟକ,ରାଜ୍ୟ ଦଳିତ କଂଗ୍ରେସ ସେଲ ସଭାପତି ବାଙ୍କନିଧି ବେହେରା, ମୟୂରଭଞ୍ଜ କଂଗ୍ରେସ ପ୍ରଭାରୀ ଶ୍ରୀ ସୁଦର୍ଶନ ଦାସ, ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ, ପୂର୍ବତନ ସାଂସଦ ଶ୍ରୀମତୀ ଶୁଶିଳା ତିରିଆ,, ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦା, ରମେଶ ହାଁସଦା ତଥା ମୟୂରଭଞ୍ଜ ଜିଲ୍ଲାର ସମସ୍ତ କଂଗ୍ରେସ ଭାଇ ଭଉଣୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସେ ନିଷ୍ଠାର ସହ ନିଜର‌ ଦାୟିତ୍ଵ ତୁଲାଇବା ସହ ଦଳିତ,ଅସହାୟ,ମହିଳା,କୃଷକ,ଯୁବ ଛାତ୍ରଙ୍କ ସମସ୍ୟା ଏବଂ ଜିଲ୍ଲାର ବିକାଶ ପାଇଁ ଚେଷ୍ଟା କରିବେ ଗଣମାଧ୍ୟମକୁ କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

masiha

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!