ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘର କୋଡିଏ ତମ ଅଖିଳ ଭାରତୀୟ ତ୍ରୟବାର୍ଷିକ ଅଧିବେଶନ 

ବ୍ୟୁରୋ ନିୟୁଜ୍:୧୫/୦୪ – (ମନିସ):- ଭାରତୀୟ ମଜଦୁର ସଂଘର କୋଡିଏ ତମ ଅଖିଳ ଭାରତୀୟ ତ୍ରୟବାର୍ଷିକ ଅଧିବେଶନ ବିହାର ରାଜ୍ୟର ପାଟନା ଠାରେ ସ୍ଥାନୀୟ ମର୍ଚ୍ଚା-ମିର୍ଚ୍ଚି ରୋଡ଼ ସ୍ଥିତ କେଶବ ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଗତ ଅପ୍ରେଲ୍ ୭,୮,୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ୨୮ ଟି ରାଜ୍ୟରୁ ଓ ୪୦ ଟି ମହା ସଂଘର ୨୦୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ସରକାର୍ଯ୍ୟବାହ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭଗେୟା ଜୀ ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଲେ ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କ ପାଇଁ, ଶ୍ରମିକ ମାନଙ୍କ ଦ୍ୱାରା ପରିଚାଳିତ ଶ୍ରମ ସଂଗଠନ ଅଟେ । ଏହି ଶ୍ରମ ସଂଗଠନ ସମସ୍ତ ପ୍ରକାର ପ୍ରଭାବରୁ ମୁକ୍ତ ଅଟେ । କୌଣସି ରାଜନୈତିକ ଦଳ ସହ ଭାରତୀୟ ମଜଦୁର ସଂଘ ସହବନ୍ଧିତ ନାହିଁ । ଏହା ରାଷ୍ଟ୍ର ହିତ, ଉଦ୍ୟୋଗ ହିତ ସହିତ ଶ୍ରମିକର ହିତ ପାଇଁ କାର୍ଯ୍ୟ କରୁଛି । ସେ କହିଲେ ଯେତେବେଳେ ଚୀନ୍ ଭାରତ ଉପରେ ଆକ୍ରମଣ କରିଥିଲା, ସେ ସମୟରେ ସମସ୍ତ ଦଳ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲା ବେଳେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ମାନେ ଯୁଦ୍ଧରେ ଯୋଗଦାନ କରି ଥିଲେ। ବିଶିଷ୍ଟ ଅତିଥି ଭାବରେ ଆନ୍ତର୍ଜାତିୟ ଶ୍ରମ ସଂଗଠନର ସାଉଥ୍ ଏସିଆର ବରିଷ୍ଠ ବିଶେଷଜ୍ଞ ସୟଦ୍ ସୁଲତାନ ଉଦ୍ଦୀନ୍ ଅହମ୍ମଦ ଯୋଗଦାନ କରି କହିଲେ ଆଇ.ଏଲ୍.ଓ . ତ୍ରିପାକ୍ଷିୟ ସମିତି ହୋଇଥିଲେ ମଧ୍ୟ ଶ୍ରମିକଙ୍କ ହିତ ପାଇଁ କାମ କରିଥାଏ । ଏହି ଅବସରରେ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିରଣ୍ମୟ ପାଣ୍ଡ୍ୟା କହିଲେ କି, ଶ୍ରମ କ୍ଷେତ୍ରରେ କାମ କରୁଥିବା ଭାରତୀୟ ମଜଦୁର ସଂଘର ମହାମାରୀ କରୋନା ସମୟରେ କୋଭିଡ ମୁକାବିଲା କ୍ଷେତ୍ର ରେ ଅଦ୍ଭୁତ ପୂର୍ଣ୍ଣ ଯୋଗଦାନ ଥିଲା । ଏହି ସମୟରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ମାନେ ପୂର୍ଣ୍ଣ ମନଯୋଗ ସହକାରେ ସମାଜ ସେବାରେ ଲାଗି ପଡ଼ିଥିଲେ । ସଂଘର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ହିମତେ କହିଲେ ଭାରତୀୟ ମଜଦୁର ସଂଘ ଏକ ସଶକ୍ତ ତଥା ଦେଶର ସର୍ବ ବୃହତ ଶ୍ରମ ସଂଗଠନ ଅଟେ । ଯାହାର ସ୍ୱର କେବଳ ହିନ୍ଦୁସ୍ଥାନ ନୁହେଁ , ବର୍ତ୍ତମାନ ଏଭଳି ସମୟ ଉପନୀତ ହୋଇଛି ଯେ ସାରା ବିଶ୍ବରେ ଏହାର ସ୍ୱର ଉତ୍ତୋଳନ ହେବା ଉଚିତ୍ । ମହାନ ବିଚାରକ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ସ୍ଥାପିତ ଭାରତୀୟ ମଜଦୁର ସଂଘ ପାଇଁ ରାଷ୍ଟ୍ର, ଶ୍ରମିକ ଓ ଉଦ୍ୟୋଗର ହିତ ସାଧନ ସର୍ବଦା ସର୍ବୋପରି ଅଟେ । ନିଜର ନୀତି , ଆଦର୍ଶକୁ ବଜାୟ ରଖି ଏହି ସଂଗଠନଟି କମ୍ ସମୟ ମଧ୍ୟରେ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ନିଜର ସଫଳତା କ୍ଷେତ୍ରରେ ଆଗେଇ ଚାଲିଛି । ଏହି ସମ୍ମିଳନୀରେ ଚାରିଗୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ୨୦୨୩ ଅପ୍ରେଲ ୨୬ ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ ହେବ । ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ମଜଦୁର ସଂଘ, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ପୃଥ୍ୱୀରାଜ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ, ସଂଗଠନ ସମ୍ପାଦକ ଗିରୀଶ ଚନ୍ଦ୍ର ମହାନ୍ତ, ଉପ ସାଧାରଣ ସମ୍ପାଦକ ଶାନ୍ତନୁ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ଦାସ, ବିରଞ୍ଚି ନାରାୟଣ ପଣ୍ଡା, ନିଗମାନନ୍ଦ ପଟ୍ଟନାୟକ, ବସନ୍ତ କୁମାର ସାହୁ, ଅଞ୍ଜଳୀ ପଟେଲଙ୍କ ନେତୃତ୍ବରେ ଓଡ଼ିଶାରୁ ୭୭ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ଓଡ଼ିଶାରୁ ସୁଶ୍ରୀ ଅଞ୍ଜଳୀ ପଟେଲ୍ ଅଖିଳ ଭାରତୀୟ ସମ୍ପାଦିକା, ଶ୍ରୀ ଗିରୀଶ ଚନ୍ଦ୍ର ମହାନ୍ତ କ୍ଷେତ୍ରୀୟ ସଂଗଠନ ସମ୍ପାଦକ, ସୁରଭି ସ୍ୱାଇଁ ଏବଂ  ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିପଦ ସଙ୍କୁଳ ଅବସ୍ତାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

masiha

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ।

Leave a Comment

error: Content is protected !!