ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଶୁଘାତରେ କଲରାପତରିଆ ଗୁରୁତର

ନୂଆପଡା ୧୬/୪ ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ଅନ୍ତର୍ଗତ ସିଲିଆରୀ ବାହାରା ଗ୍ରାମ ଜଙ୍ଗଲରେ ଏକ କଲରାପତରିଆ ବାଘ ଅଂଶୁଘାତ ଯୋଗୁଁ ଗୁରୁତର ହୋଇପଡିଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିବାପରେ ବନବିଭାଗକୁ ଖବର କରିଥିଲେ। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘକୁ ପ୍ରାଥମିକ ଚିକିତ୍ସା ଦେବାପରେ ନୂଆପଡା ରେଞ୍ଜ ଅଫିସ କୁ ନେଇ ଆସିଥିଲେ। ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଓ ତାଙ୍କ ଦଳ ବାଘର ସ୍ୱାସ୍ଥ୍ୟ ପରୀକ୍ଷାକରି ଆବଶ୍ୟକ ଚିକିତ୍ସା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବାଘର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି। ସୂଚନାନୁସାରେ ଗତ କିଛି ଦିନ ହେବ ନିୟମିତ ସୀମାନ୍ତ ଛତିଶଗଡ ରେ ଅବସ୍ଥିତ ଗ୍ରାମ ମାନଙ୍କରେ କଲରାପତରିଆ ଆତଙ୍କରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ନିୟମିତ ରୂପରେ ଗୃହପାଳିତ ପଶୁଙ୍କୁ ବାଘ ଖାଇବାର ଖବର ପ୍ରକାଶିତ ହେଉଥିଲା। ଆଜି ମଧ୍ୟ ସେହି ପଞ୍ଚାୟତର କଲମୀ ଦାଦର ଗ୍ରାମରେ ଗୋଟିଏ ବାଛୁରୀକୁ ମାରି ଖାଇଥିବାର ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଆଜି ଯେଉଁ କଲରାପତରିଆକୁ ବନବିଭାଗ ଉଦ୍ଧାର କରିଛନ୍ତି ତାହାର ବୟସ ୮ ମାସରୁ ୧ ବର୍ଷ ମଧ୍ୟରେ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ବାଘକୁ ୨ ରୁ ୩ ଦିନ ବନବିଭାଗର ତତ୍ୱବଧାନରେ ରଖାଯିବ ଓ ପରେ ବାଘକୁ ତାର ପରିବେଶରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଡୋକରିଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ, ଗମନାଗମନ ପାଇଁ ସୁବିଧା ପାଇବେ ଅଞ୍ଚଳବାସୀ

masiha

ଜେକେ ପେପର୍ ମିଲ୍ସ ତରଫରୁ ଛାତ୍ରୀ ଙ୍କୁ ପଠନ ସାମଗ୍ରୀ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!