ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

ଡାବୁଗାଁ, ୧୬/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ନିକଟ ଦଶମୁଣ୍ଡିଆ ମନ୍ଦିର ସମ୍ମୁଖ ରେ ଡାବୁଗାଁ ବ୍ଲକ ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୨୦୨୨-୨୩ ବର୍ଷର ବିବରଣୀ ପଠନ ସହ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରଯାଇଥିଲା | ଏହାସହ ୨୦୨୩-୨୪ ବର୍ଷର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରଯାଇଥିଲା | ୨୦୨୩ ମସିହାରେ ସଂଘ କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ପୁଅରଣ ହେଉଥିବା ହେତୁ ସଂଘ ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହୋଇଥିଲା | ନୂତନ କାର୍ଯ୍ୟକର୍ତ୍ତା ସମୂହ ହେଲେ ସଭାପତି ଭାବେ ବିକାଶ ରଞ୍ଜନ ନିଶଙ୍କ, ଉପସଭାପତି ରାଇସିଂ ପୂଜାରୀ, ମୋହନସିଂ ଗଣ୍ଡ ଓ ଅନିତା ବେହେରା, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଗାଗାରିନ ହରିଜନ, ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟକାରୀ ସମିତି ସଦସ୍ୟ ଭାବେ ହିରେଣ୍ୟ ମାଝି, ଯୁଧିଷ୍ଠିର ମାଝି, ରାଜୁ ହରିଜନ, ସୁରେନ୍ଦ୍ର ମେହେର, ବଳିରାମ ଭତ୍ରା, କଳାସୁନ୍ଦର ଭତ୍ରା, ଗୀତାଞ୍ଜଳି ବସ୍ତିଆ, ଇଶ୍ଵର ଭତ୍ରା,ଗଦାଧର ମାଝି, ବିନୟ କଣ୍ଡଦୋରା, ଙ୍କୁ ମନୋନୀତ କରଯାଇଥିଲା | ଉକ୍ତ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସହ ଜିନ ହକ ଦାବୀ ଯଥା ମୂଳ ଚାକିରୀ କାଳକୁ ନିୟମିତ କରିବା, ପୁରୁଣା ପେନସନ ପ୍ରଦାନ କରିବାରେ ସରକାର ଙ୍କ ଟାଳଟୁଳ ନୀତିକୁ ବିରୋଧ ପ୍ରକାଶ କରିବା ସହ ଆଗାମୀ ଦିନରେସରକାରଙ୍କୁ ଉଚିତ ଜବାବ ଦିଆଯିବ ନିମନ୍ତେ ପ୍ରସ୍ତାବ ପାରିତ ହୋଇଥିଲା | ଏହି ବୈଠକରେ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ସୁଜ୍ଞାନୀ ବେହେରା, ଗିରିଶବାଳା ଜେନା, ଦୁଲ୍ହଣୀ ଖୁଣ୍ଟିଆ, ସୌଭାଗ୍ୟ କୁମାର ବିଶ୍ଵାଳ, ହେମନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ମଙ୍ଗରାଜ ମାଝି, ଧନଞ୍ଜୟ ବଡଜେନା ଙ୍କ ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ଏନପିଏସ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ 

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

ବଜ୍ରା ଘାତରେ ଦୁଇ ମଇଁସି ମୃତ

Sunil Chandra Nayak

Leave a Comment

error: Content is protected !!