ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ରେ ମଦ ବନ୍ଦ ପାଇଁ ଗାଁ ମହିଳା ଙ୍କ ନିଷ୍ପତ୍ତି

ତେନ୍ତୁଳିଖୁଣ୍ଟି ୧୬/୦୪/୨୩ ୍ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳ ଗୁମା ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମ ର ମହିଳାମାନେ ମଦ ବନ୍ଦ ପାଇଁ ରଣ ହୁଙ୍କାର ଦେଇଛନ୍ତି l ଗ୍ରାମ ର ସମସ୍ତ ମହିଳା ମାନେ ଗତ କିଛି ଦିନ ଆଗରୁ ଏକ ବୈଠକ କରି ଗ୍ରାମରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାପାଇଁ ଶପଥ ନେଇଥିଲେ ।ଏହି ଗାଁରେ 20ରୁ ଉର୍ଦ୍ଧ୍ବ ପରିବାର ରେ ମଦ ରାନ୍ଧିବା ସହ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ଅବକାରୀ ବିଭାଗ ଓ ତେନ୍ତୁଳିଖୁଣ୍ଟି ପୋଲିସ ଦୃଷ୍ଟି ଦେଉନଥିଲା।ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ମଦ ବିକ୍ରି କରୁଥିବା ଘର କୁ ଯାଇ ବନ୍ଦ କରିବାପାଇଁ ଅନୁରୋଧ ମଧ୍ୟ କରିଥିଲେ  l ଏହା ପରେ ମଧ୍ୟ ମଦ ବିକ୍ରି କରୁଥିବା ପରିବାର ମାନି ନ ଥିଲେ।ବନ୍ଦ ନ କରିବାରୁ ପ୍ରାୟ ଗ୍ରାମର 200 ମହିଳା ଠେଙ୍ଗା ବାଡ଼ି ଧରି ସମସ୍ତ ଘରକୁ ଯାଇ ମଦ ପୋଚକୁ ଘର ଘର ବୁଲି ନଷ୍ଟ କରିଥିଲେ l ଆଜି ଭୋର ସକାଳୁ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକାରୀ   ଗଙ୍ଗା ପାଇକରାୟ ଙ୍କ ନେତୃତ୍ୱ ରେ ସୁଧୀର କୁମାର ସାହୁ ,ସୁବ୍ରତ ହିରଣ , ରଞ୍ଜିତ ସିଂ,ରେଶମା ସୁନା,ଛତର ଗଣ୍ଡ ,ସୁଧାସୁ ବାଘ, ଏକ ଟିମ ଆସି ମହିଳା ମାନଙ୍କ ସହିତ ଚଡାଉ କରିଥିଲେ l ସେଥିରେ ଦୁଇଟି ଘରକୁ ତାଲା ମଧ୍ଯ ପକାଇ ଥିଲେ lଗ୍ରାମର ମହିଳା ମାନେ ପରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ସସ୍ମୀତା ପୂଜାରୀ ଏବଂ ଏସ ଡି ପି ଓ ଆଦିତ୍ୟ ସେନ କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ଘଟଣା ସ୍ଥଳରେ ତେନ୍ତୁଳୀଖୁଣ୍ଟି ପୋଲିସ ତରଫରୁ  ଏ ଏସ ଆଇ  କେଦାର ନାଥ ରାଉତ  ଏବଂ ଏକ ଟିମ ପହଞ୍ଚି ଉପସ୍ଥିତ ଅଞ୍ଚଳଗୁମ୍ମା ସରପଞ୍ଚ କୁସୁମା ପୂଜାରୀ  ଏବଂ ମହିଳା ମାନଙ୍କ ସହିତ ଆଲୋଚନା କରି ମଦ ବିକ୍ରି କରୁଥିବା ବ୍ୟକ୍ତି ଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ l ମହିଳା ମାନଙ୍କ କହିବା ଅନୁଯାଇ  ଯାତ୍ରା ପର୍ବ ପର୍ବାଣି ମଦ ପିଇ ବିଶୃଙ୍ଖଳା ସୃଷ୍ଠି କରୁଛନ୍ତି ଏବଂ ଘରେ ମଧ୍ୟ ଅଶାନ୍ତ ଲାଗି ରହୁଛି l ଏହାର ମୁଖ୍ୟ କାରଣ ମଦ ବୋଲି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳା ମାନେ ଆଗେଇ ଆସିଛୁ ବୋଲି ମହିଳା ମାନେ କହିଛନ୍ତି। ମହିଳା ମାନେ କହିଛନ୍ତି ବିଦେଶୀ ମଦ ବି ଗ୍ରାମରେ ଚରାଭୂଇଁ ବୋଲି ମହିଳା ମାନେ କହିଛନ୍ତ। ଲୁଚେଇ ଲୁଚେଇ କେତେକ କିରାନ ଦୋକାନୀ ବିକୁଛନ୍ତି ସେମାନଙ୍କୁ ବି  ଅବକାରୀ ଅଧିକାରୀ ଚଡାଉ କରି  କାର୍ଯା ନୁଷ୍ଠାନ କରାଯାଉ ବୋଲି ମହିଳା ମାନେ କହିଛନ୍ତି।ଅନେକ ସମୟରେ ମାର ପିଟ ଦ୍ଵାରା ଲୋକ ଜୀବନ ମଧ୍ୟ ଚାଲିଯାଉଛି l ମହିଳା ମାନଙ୍କ ଏହି ଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟୁଥିବା ଦେଖିବାକୁ ମିଳୁଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ

Sunil Chandra Nayak

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

ଜିଲ୍ଲା କଳାକାର ସଂଘ ଭତ୍ତା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

Sunil Chandra Nayak

Leave a Comment

error: Content is protected !!