ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ଦକ୍ଷିଣ କାଲି କ୍ରିକେଟ କପ ଉଦଯାପିତ

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ଯୁବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ ୨୦ ତମ ମାଁ ଦକ୍ଷିଣକାଳୀ କ୍ରିକେଟ କପ୍ ଆଜି ଉଦଯାପିତ ହୋଇଯାଇଛି । ଏହି କ୍ରିକେଟ ଟୋର୍ଣ୍ଣ।ମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ ବରଗାଁ ଓ କମଲାମାଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୧୨ ଓଭରରେ ବରଗାଁ ଦଳ ୧୫୭ ରନ କରିଥିଲା। ଏହାର ଜବାବରେ କମଲାମାଲ ଦଳ ୧୨ଓଭରରେ କେବଳ ୧୦୩ ରନ ସଂଗ୍ରହ କରି ପାରିଥିଲା । ଯାଫଳରେ ବରଗାଁ ଦଳ ୫୪ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥଲା। ଫାଇନାଲ ମ୍ୟାଚରେ ବରଗା ଦଳରର ବିନୟ ପଣ୍ଡା ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ ହୋଇଥିଲେ । ଉଦଯାପନୀ ଦିବସର ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ତନୟା ଶବର, ସାମ୍ୱାଦିକ କୁନୁ କରୁଆଁ, ଲାଞ୍ଜି ସରପଞ୍ଚ ବୈଦେହି ମାଝୀ , ରାଜୁ ସାହା ଉପସ୍ଥିତ ହୋଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଯୁବଶକ୍ତି ଯୁବକ ସଂଘ ର ସଦସ୍ୟ ସଞ୍ଜିବ ସିଂ ବାରିକ,ବିରେନ୍ ବକ୍ସି, ଭୂପେନ ଖର୍ସେଲ, ଗଗନେଶ୍ୱର ଅଦା,ଅନିଲ କୁମାର ପୋଡ଼, ଅମରେଶ ପଣ୍ଡା, ପ୍ରଦୀପ ମାଝୀ,ବୁବୁନ୍ ପୋଡ଼,ଟୁନା ଦଣ୍ଡସେନା, ତ୍ରିଲୋଚନ ମାଝୀ, ବିରଞ୍ଚି ମାଝୀ,ପ୍ରଦୀପ ବେହେରା, ଯୋଗେନ୍ଦ୍ର ମାଝୀ ପ୍ରମୁଖ କ୍ରିକେଟ ଟୋର୍ଣାମେଣ୍ଟକୁ ପରିଚାଳନା କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!