ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଓଡିଆ ନବବର୍ଷ ପାଳନ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଓଡିଆ ନବବର୍ଷ ପାଳନ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ,ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି, ସମାଜସେବୀ ମଞ୍ଜୁଦେବୀ ବାଗାଡିଆ,ଅଧ୍ୟାପକ ଡଃ ସଞ୍ଜୟ ହାତୀ ଓ ଗୃହସ୍ଥୀ ମୁଖ୍ୟ ଗଣେଶ ବାଗାଡିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ ନବବର୍ଷ ପାଳନର ଆବଶ୍ୟକତା ଓ ଓଡିଆ ସଂସ୍କୃତିର ଐତିହ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଚଳିତ ବର୍ଷ ସମାଜସେବୀ ରାଜଲକ୍ଷ୍ମୀ ପାତ୍ରଙ୍କୁ ଗରିମା ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୋନାଲିସା ସାହୁ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକକ ନୃତ୍ୟରେ କୃପାଂଶି କର, ତ୍ରିଶା ଡ୍ୟାନ୍ସ ଏକାଡ଼େମୀ, ସାଗର ରିଦିମ ଓ ଗରିମା ପରିବାରର ସଦସ୍ୟାଙ୍କ ଦ୍ବାରା ନବବର୍ଷର ଥିମ ନେଇ ନୃତ୍ୟ ପରିବେଷଣ ବେଶ ଉପଭୋଗ୍ୟ ହୋଇଥିଲା। ଇତି ପଟ୍ଟନାୟକ, ଡଃ ସମ୍ପାଦିକା ମହାନ୍ତି ଓ ରାଜଲକ୍ଷ୍ମୀ କବି କଣ୍ଠ ସଂଗୀତ ପରିବେଷଣ କରିଥିବାବେଳେ ନିହାରିକା ବସ୍ତିଆ ସ୍ବାଗତ ଭାଷଣ ରଖିଥିଲେ । ଉପଦେଷ୍ଟା ରଶ୍ମିତ ସାହାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ପ୍ରମୁଖ ବ୍ୟକ୍ତି ଡଃ ପୂଜା ପତି, ପ୍ରଫୁଲ୍ଲ ସୁନ୍ୟାନୀ, ଜୀବନ ସିଂହ ମୁଣ୍ଡା, ଡା ରାମଚନ୍ଦ୍ର ମେହେର, ରାଧାମୋହନ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଓଡିଆ ନୂଆବର୍ଷ ପାଳନ ଉପଲକ୍ଷେ ଛେନାପୋଡ କଟାଯାଇ ଉପସ୍ଥିତ ଅତିଥି ଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଶେଷରେ ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ବାଗାଡିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ପରିବାରର ମମତା ନାୟକ,ଡଃ ସରିତା ମଲ୍ଲ, ପ୍ରଣତୀ ଜେନା,ସୁନିତା ଶ୍ରୀନିବାସନ, ସିଲି ମହାନ୍ତି, ଶଙ୍ଖରିନା ପ୍ରଧାନ,ଶର୍ମିଲା ରାଜଗୁରୁ,ସନ୍ତୋଷୀ ମଲ୍ଲିକ,ସୁମିତ୍ରା ଦାଶ, ମମତା ଦାସ,ରଶ୍ମି ମହାନ୍ତି, ଶାନ୍ତିଲତା ବାରିକ,ମୀନତି ମୋଦି, ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ, ମୀନାକ୍ଷୀ ପାଢୀ, ରେବତୀ ବାରିକ, ସାଗର ଜେନା, ଅରବିନ୍ଦ ପରିଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ କୟାଲ ସଭାପତିତ୍ବ ଅଭିଭାଷଣ ଓ ସଂପାଦକ ଶ୍ରୀ ଜେନା ଅତିଥି ଙ୍କ ପରିଚୟ ପ୍ରଦାନ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ଯ ରଖିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ

Sunil Chandra Nayak

ଲକ୍ଷ୍ମୀପୁର ଠାରେ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!