ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ନର୍ଲା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ,  ୫୪ ୟୁନିଟ ରକ୍ତ ସଂଗୃହୀତ 

ରୁପ୍ରା, ୧୭/୪ (ମନିସ) : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ନର୍ଲା ବିଜେଡି ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆୟୋଜନରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ଓ ଯୁବନେତା ଶ୍ରୀ ଦଳଜିତ୍ ସିଂହ ସୋଫୀଙ୍କ ସହଯୋଗ କ୍ରମେ ଆଜି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ୍ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ନର୍ଲା ବ୍ଲକ୍ ବିଜେଡି ସଭାପତି ଶ୍ରୀ ପରେଶ ପଧାନ, ସମ୍ପାଦକ ଶ୍ରୀ ଭୋପାଲ୍ ନାଗ, ଯୁବ ବିଜେଡି ବ୍ଲକ ସଭାପତି ଶ୍ରୀ ବିଜୟ ଧଙ୍ଗଡାମାଝୀ, ଛାତ୍ର ବିଜେଡି ବ୍ଲକ ସଭାପତି ଶ୍ରୀ ଘାସିରାମ ସାହୁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ଶ୍ରୀ ଅଜିତ ସାହୁ, ନର୍ଲା ବ୍ଲକ୍ ର ତିନିଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ, ଶ୍ରୀ ହରିଶଙ୍କର ମାଝୀ ଓ ଶ୍ରୀମତୀ ଲିଲି ଦୀପ୍, ଆଇନଜୀବୀ ଶ୍ରୀଯୁକ୍ତ କୁବେର ଚନ୍ଦ୍ର ସାହୁ, ସମାଜସେବୀ ଶ୍ରୀ ହମେଶ ଜୈନ, ଶ୍ରୀ ଅର୍ଜୁନ ପଧାନ, ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ପଧାନ, ଶ୍ରୀମତୀ ପଙ୍କଜିନୀ ନାଏକ, ଭୀମକେଲା ସରପଞ୍ଚ ପ୍ରତିନିଧି ଶ୍ରୀ ଜୟନ୍ତ ଗୌଡ, ମୁସ୍କୁଟି ସମିତି ସଭ୍ୟ ଶ୍ରୀ ବିରେନ୍ଦ୍ର ପାତ୍ର, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ ସେନାପତି, କେସିଙ୍ଗା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦୀପାଞ୍ଜଳୀ ସାହୁ ପ୍ରମୁଖଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା ଅକ୍ଷୟ ଗୋଛାୟତଙ୍କ ନେତୃତ୍ୱ ଓ ଭବାନୀପାଟଣା ରକ୍ତକେନ୍ଦ୍ରର କର୍ମଚାରୀ ଡମ୍ବରୁଧର ସାହୁ, ସଞ୍ଜୀବ ମହାକୁଡ ଓ ଗିରୀଶ ଚନ୍ଦ୍ର ନାଏକ ପ୍ରମୁଖ ରକ୍ତ ସଂଗୃହିତ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

Sunil Chandra Nayak

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

୮୫ ବର୍ଷୀୟା ବିଧବା ମହିଳା ସତ୍ୟଭାମା କେବେ ପାଇବ ବର୍ଦ୍ଧିତ ୩୫୦୦ ବାର୍ଦ୍ଧକ୍ୟ ଭତ୍ତା:ପ୍ରଶାସନ ର ଦୃଷ୍ଟି ପଡୁ 

Sunil Chandra Nayak

Leave a Comment

error: Content is protected !!