ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = କର୍ମ ପରିଣାମ

ସକାଳର ଜଣାଣ

କର୍ମ ପରିଣାମ

 ବିଜୟ କୁମାର ଜେନା

କର୍ମ ପରିଣାମ ଭୋଗିବାକୁ ହେବ
            ଆଜି ନ ହେଲେବି କାଲି
ବୁଦ୍ଧି ବିଚାରରେ କୌଶଳ ବଳରେ
            ସନ୍ତର୍ପଣେ ଯିବା ଚାଲି।
ସ୍ଵୟଂମ୍ଭର ସଭା ଦ୍ରୌପଦୀ ବଚନେ
             କର୍ଣ୍ଣ ଯେ ଅପମାନିତ
ଭାଗ ନେବା ପାଇଁ ଅନୁମତି ଥିଲେ
            ସଙ୍କଟ ନ ଥାନ୍ତା ଆଜିତ ।
ଗାଳି ଦେଇ ଥିଲ ଅନ୍ଧ ପୁତ୍ର ବୋଲି
             ଦୁର୍ଯୋଧନ ଅଭିମାନୀ
ଫଳ ଏହା ହେଲା ବସ୍ତ୍ରର ହରଣ
              ପ୍ରତିଶୋଧ ପ୍ରତିଧ୍ଵନି।
ଦ୍ରୌପଦୀ ଶବଦ କରମ ହୋଇଲା
               ଫଳ ହୋଇଲା ବିଷମ
ବଡ ସାନ ଏଠି ଭେଦ ଭାବ ନାହିଁ
               କରମର ପରିଣାମ।
ନିଜ ଆଚରଣ ନିଜ ଉଚ୍ଚାରଣ
             ରଖି ପାରିଲେ ଉଚ୍ଚରେ
ଜଗନ୍ନାଥ ସ୍ଵାମୀ ଆପଣେଇ ନେବେ
            ସଦା ମୁକ୍ତି ର ପଥରେ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା // ନବବର୍ଷକୁ ସ୍ବାଗତ 

Sunil Chandra Nayak

ପରମାନନ୍ଦ ଠାକୁର ଙ୍କ କବିତା = ନାରୀ ଆଜି ସ୍ଵାଧୀନ

Sunil Chandra Nayak

Leave a Comment

error: Content is protected !!