ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

ରୁପ୍ରା, ୧୮/୪ (ମନିସ) : ନର୍ଲାବ୍ଲକ୍ ଅଧିନ ନର୍ଲା ସ୍ଥିତ ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ସହ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା + ୨ ଶେଷବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟକାଳୀନ ଉତ୍ସବ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନବୀନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ, ସମ୍ମାନିତ ଅତିଥିଭାବେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ୍ ର ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର, ନର୍ଲା ମହାବିଦ୍ୟାଳୟର ଅଧ୍ୟାପିକା ତଥା ଉକ୍ତ ବିଦ୍ୟାଳୟର ସହ ନିର୍ଦ୍ଦେଶିକା ଶ୍ରୀମତୀ ସଂଘମିତ୍ରା ପଣ୍ଡା ଓ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ପୁଟେଲ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ଅଧ୍ୟାପିକା ସୁଶ୍ରୀ ଅଭିଜିତା ଭୋଇ କାର୍ଯ୍ୟକ୍ରମ ପରିଚାଳନା କକରିଥିଲେ । ନର୍ଲା ଅଞ୍ଚଳରେ ଏଭଳି ଏକ ଶିକ୍ଷାନୁଷ୍ଠାନ ଗଠନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷାଦାନ କରିବା ଭଳି ଗୁରୁ ଦାୟିତ୍ଵ ବହନ କରିବା ଓ ସପ୍ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଅଭିବୃଦ୍ଧି ଓ ଉନ୍ନତି କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହୃଦାନନ୍ଦ ପୁଟେଲ, ଆଶିଷ ସାହୁ, ଚୈତନ୍ୟ ଭୋଇ, ଆରାଧନା ପ୍ରଧାନ, ଶୈଳବାଳା ବୁଦ୍ଧିଆ, ପ୍ରିୟଦର୍ଶିନୀ ପଣ୍ଡା, ଅଭିପ୍ସା ନାୟକ, କବିତା ଦାଶ, ନୀଳାନ୍ଦ୍ରୀ ହଂସ, ସୁନନ୍ଦା ନିଆଲ, ସ୍ୱର୍ଣ୍ଣଲତା ବୁଦ୍ଧିଆ, ସନ୍ଧ୍ୟା ଭୋଇ, ରିଙ୍କି ବାଗ୍ ଓ ମୌସୁମୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ସୁନନ୍ଦା ନିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

masiha

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!