ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

ବାଲୁଗାଁ:- ସମଗ୍ର ଚିଲିକା ନିର୍ବାଚନ ମଣ୍ଡଳୀ ତଥା ବାଲୁଗାଁ-ବାଣପୁର ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୁତି ହେଉଛି। ତତ୍ ସହିତ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେବାରେ ଲୋକେ ଗରମରେ ସିଝି ଡହଳ ବିକଳ ହୋଇ ପଢୁଛନ୍ତି। ଏହି ପରି ପେଖିରେ ମଙ୍ଗଳବାର ସମଗ୍ର ଚିଲିକା ଅଞ୍ଚଳରେ ମଧ୍ୟାହ୍ନ ସମୟ ବେଳକୁ ତାପମାତ୍ରା ସର୍ବାଧିକ ୩୮ ଡ଼ିଗ୍ରୀ ରେ ପହଞ୍ଚିଥିଲା। ବାଣପୁରରେ ମଧ୍ୟ ତାପମାତ୍ରା ୩୮ ଡ଼ିଗ୍ରୀ ଛୁଇଁ ଅସହ୍ୟ ତାତି ସହ ଗୁଳୁଗୁଳି ଅନୁଭୁତ ହୋଇଥିବା ବେଳେ ବାଲୁଗାଁ ଅଞ୍ଚଳରେ ତାପମାତ୍ରା ୩୭ ଡ଼ିଗ୍ରୀରେ ପହଞ୍ଚି ପ୍ରବଳ ତାତି ସହ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରି ପକାଇଛି। ଜନ ସାଧାରଣ ଖରା ଦାଉରେ ଡହଳ ବିକଳ ହୋଇ ଘରୁ ବାହାରକୁ ବାହାରି ନ ପାରିବାରୁ ରାସ୍ତା ଘାଟ ଖାଁ ଖାଁ ହୋଇପଢ଼ି ଥିବାର ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ସମଗ୍ର ଅଞ୍ଚଳରେ ଚିଲିକା ହ୍ରଦର ଥଣ୍ଡା ପବନ ବହିବାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଉଥିବା ପରିଲକ୍ଷୀତ ହେଉଛି। ମଧ୍ୟାହ୍ନ ସମୟ ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇ ଖାଁ ଖାଁ ହୋଇପଢୁଥିବା ଦେଖିବାକୁ ମିଳିଛି। କ୍ରମାଗତ କିଛିଦିନ ହେଲା ଅହସ୍ୟ ତାତି ଏବଂ ଗୁଳୁଗୁଳି ସହ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଢା ସଦୃଶ ହୋଇ ପଡ଼ିଛି।।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ଓ ରାଜ୍ୟପାଳଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

masiha

Leave a Comment

error: Content is protected !!