ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହାଣ୍ଡିଫୁଟା ଗ୍ରାମରେ ପ୍ରସିଦ୍ଧ ପାତା ପର୍ବ

ମୟୂରଭଞ୍ଜ – ୧୮/୪ (ମସିହା) ଭାରତ ଏକ ସଂସ୍କୃତି ସଂପନ୍ନ ଦେଶ ।ଏଥି ମଧ୍ୟରେ ଆଦିବାସୀ ସଂସ୍କୃତି ଅନନ୍ୟ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଲୁହାକାନି ପଞ୍ଚାୟତ ର ହାଣ୍ଡି ଫଟା ଗ୍ରାମର ଶିବ ଶଙ୍କର ଜିୟାଳ୍ ଜୁମିଦ୍ ଯୂଥ କ୍ଲବ ଆନୁକୁଲ୍ୟରେ ପ୍ରସିଦ୍ଧ ପାତପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପାତାପର୍ବ ରେ ଆଦିବାସୀ ମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ଜଙ୍ଗଲର କଅଁଳିଆ ପତ୍ର,ଫଳମୂଳ ଖାଆନ୍ତି ।ତାହା ପୂର୍ବରୁ ନୁହେଁ । ପୂଜାର୍ଚ୍ଚନା ପରେ ଖାଇ ପିଇ ମାଦଳ,ଢ଼ୋଲ୍ ତାଳେ ତାଳେ ଗ୍ରାମର ଆବାଳ ବୃଦ୍ଧ ବନିତା ନୃତ୍ୟରେ ମସଗୁଲହୋଇଥିଲେ ।ନୃତ୍ୟରେ ଦୁଲୁକିଥିଲା ସମଗ୍ର ହାଣ୍ଡି ଫଟା ଗ୍ରାମ ।ଏହି ପାତାପରଵ ଦେଖିବାକୁ ଆଖପାଖ ଅଂଚଳରୁ ହଜାର ହଜାର ଦର୍ଶକ ଛୁଟି ଆସିଥିଲେ ।ଏହି ପାତାପରବ ପାଇଁ ଗ୍ରାମର ଘର ,ଦ୍ବାର ସଫା ସୁତ୍ର ଓ ସ୍ବଚ୍ଛତା କରାଯାଇଥିଲା । କିନ୍ତୁ ଏହି ଗ୍ରାମର ଏକ କଟକଣା ଅଛି ଯେ ଗ୍ରାମ ନିଶାମୁକ୍ତ ଅଂଚଳ ରହିବ ।ଯିଏ ନିଶା ସେବନ କରିବା ତା’ପ୍ରତି ଗ୍ରାମବାସୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ପାତାପରଵରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାକ୍ତନ ସାଂସଦ ଇଞ୍ଜିନିୟର ରାମଚନ୍ଦ୍ର ହାଁସଦା,୩୪ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ, ଲୁହାକାନୀ ପଞ୍ଚାୟତ ସମିତି ସଭ୍ୟ ଦିଲିପ୍ ଗିରି, ସରପଞ୍ଚ ସାଲମା ଟୁଡୁ, ପ୍ରାକ୍ତନ ସରପଞ୍ଚ ବାଘ୍ରାଇ ବେଶ୍ରା, ପ୍ରାକ୍ତନ ସରପଞ୍ଚ ସୁନାରାମ ହେମ୍ବ୍ରମ, ପ୍ରମୁଖ ଯୋଗଦେଇଥିଲେ ।ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ଏହି ଗ୍ରାମର ଯୁବକ ସଂଘର ଏକତା,ଗ୍ରାମର ସ୍ବଚ୍ଛତା ଏବଂ ଗ୍ରାମକୁ ନିଶାମୁକ୍ତ ଅଂଚଳ ପାଇଁ ନେଇଥିବା କାର୍ଯ୍ୟକ୍ରକୁ ଭୂରି ଭୂରି ପ୍ରଶଂସା କରିଥିଲେ ।ଏହି ଯୁବକ ସଂଘର ନିଶାମୁକ୍ତ ପଦକ୍ଷେପ ଅନ୍ୟ ଅଂଚଳକୁ ଦିଗ ଦର୍ଶନ ଦେବ । ଏହି ପାତା ପର୍ବର ମୁଖ୍ୟ ଉଦ୍ଦେଶ୍ୟ ନିଜ ଗ୍ରାମର ମା ଭଉଣୀଙ୍କ ସୁରକ୍ଷା ଓ ସନ୍ତାନ ପାଇଁ ମଧ୍ୟ ସ୍ଵତନ୍ତ୍ର ପଦକ୍ଷେପ ଗ୍ରାମବାସୀ ନେଇଥିବା ଜଣାଯାଏ। ଏହି ଗ୍ରାମର ଏହି ସବୁ ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇ ଥିବା ବେଳେ ଅନ୍ୟ ଗ୍ରାମ ପାଇଁ ଏହି ପଦକ୍ଷେପ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ। ଶେଷରେ ସାଂସ୍କୃତିକ ପାତା ନାଚ,ଓ ଢାବୁଲ ନାଚରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲୁହାକାନି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

Sunil Chandra Nayak

୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ସହର ଦୁଲୁକୁଛି

masiha

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

masiha

Leave a Comment

error: Content is protected !!