ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଜଗୋଡା ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଅଲଇତୁନ ଆଶ୍ଳା ଉଦଘାଟିତ

ମୟୂରଭଞ୍ଜ:- ୧୭/୦୪/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ “ପିଲଚୁ ଗାଣା ଅଲ ଇତୁନ ଆଶ୍ଳା” ନାମରେ ଏକ ଅଲଚିକି ସାନ୍ତାଳୀ ଶିକ୍ଷାନୁଷ୍ଠାନ ଆସେକା ସହଯୋଗରେ ପ୍ରତିଷ୍ଠିତ ହୋଇଯାଇଛି।

     ସାନ୍ତାଳୀ ଭାଷା ଅଲଚିକି ଲିପି ରେ ସାନ୍ତାଳୀ ଭାଷାଭାଷି ଲୋକଙ୍କୁ ଶିକ୍ଷା ପ୍ରଦାନ କରାଯିବା ନିମନ୍ତେ ଆଦିବାସୀ ସାମାଜିକ, ଶିକ୍ଷା ଓ ସଂସ୍କୃତିକ ପରିଷଦ (ଆସେକା) ପକ୍ଷରୁ “ପିଲଚୁ ଗାଣା ଅଲ ଇତୁନ୍ ଆଶ୍ଳା’ ନାମରେ ଏକ ଶିକ୍ଷନୁଷ୍ଠାନ ର ଆଜି ଶୁଭାରମ୍ଭ କରାଯାଇଛି। ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆସେକା ପରିଷଦ ର ସଚିବ ଜିତେନ୍ଦ୍ର ହାଁସଦାଃ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆଦିବାସୀ ସଂସ୍କୃତିକ ପରିଷଦ ଅଧ୍ୟକ୍ଷ ସୂର୍ଯୁ ହେମ୍ର୍ବମ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ଆସେକା ର ବିଜାତଳା ଶାଖା ସଭାପତି ଲକ୍ଷ୍ମଣ କିସ୍କୁ, ରାଇରଙ୍ଗପୁର ଆସେକା ସଦସ୍ୟ ଦୁଃଖିଶ୍ୟାମ ହାଁସଦାଃ, ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ, ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ, ଚାଡ୍ରୀ ମାଝୀବାବା ଶ୍ୟାମସୁନ୍ଦର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ସାନ୍ତାଳୀ ପରମ୍ପରା ଓ ରିତିନୀତି ଅନୁସାରେ ଗ୍ରାମ ନାଏକେ (ପୂଜକ) ଧନୁରାମ ବାସ୍କେ ଓ ସହଯୋଗୀ ପୂଜକ ଦୁର୍ଗାଚରଣ ଟୁଡୁ’ଙ୍କ ଦ୍ବାରା ପଣ୍ଡିତ ରଘୁନାଥ ମୁର୍ମୁ ଓ ବିଦ୍ୟାଦାତ୍ରୀ ଦେବାଦେବୀ ବିଦୁ-ଚାନ୍ଦାନ ‘ଙ୍କ ପୂଜାପାଠ କରାଯାଇ ବିଦ୍ୟାଳୟର ପ୍ରତିଷ୍ଠା ଓ ଉଦଘାଟନ କରାଯାଇଥିଲା। ପରେ ଜଜଗୋଡା, ଚାଡ୍ରୀ, ତାରଣା ଓ ଆଖପାଖ ବିଭିନ୍ନ ଗ୍ରାମରୁ ପହଞ୍ଚିଥିବା ମହିଳା ଓ ପୁରୁଷ’ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଅତିଥି ମାନେ ନିଜ ସଂସ୍କୃତି, ପରମ୍ପରା, ଜାତି ଓ ସମାଜ ର ସୂରକ୍ଷା ପାଇଁ ନିଜ ମାତୃ ଭାଷାରେ ଶିକ୍ଷା ଗ୍ରହଣ କରାଯିବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି କହିଥିଲେ। ନିଜ ସମାଜକୁ ସୁସଂଗଠିତ ଓ ସୁଦୃଢ କରିବା ପାଇଁ ମିଶନ ୨୦୨୫’ ର ଯେଉଁ ଲକ୍ଷ ରଖା ଯାଇଛି ତାହାକୁ ଲକ୍ଷରେ ରଖି ଅଲଚିକି ଭାଷାରେ ନିଜେ ଶିକ୍ଷିତ ହେବା ସହିତ ଅନ୍ୟ ମାନଙ୍କୁ ଶିକ୍ଷିତ କରିବାକୁ ଆହ୍ବାନ ଦିଆ ଯାଇଥିଲା। ବିଦ୍ୟାଳୟ ସମିତି ସଦସ୍ୟ’ଙ୍କ ମଧ୍ୟରେ ସଂପାଦକ ଭାବେ ସୁରାଇ ସୋରେନ୍, ଅଧ୍ୟକ୍ଷ ଭାବେ ସୁରଧାନ ଟୁଡୁ, କୋଷାଧ୍ୟକ୍ଷ ଭାବେ ଧନୁରାମ ବାସ୍କେ, ମାରାଂମାଚେତ୍ (ପ୍ରଧାନ ଶିକ୍ଷକ ଭାବେ ପିତାମ୍ବର ଟୁଡୁ, ଟାଟା ମାଚେତ୍ (ଶିକ୍ଷକ) କାହ୍ନାଇ ମୁର୍ମୁ ଏବଂ ମାନି ମାଚେତ୍ (ଶିକ୍ଷୟିତ୍ରୀ) ଭାବେ ସୋନାଲି ହାଁସଦାଃ’ଙ୍କୁ ଚୟନିତ କରାଯାଇଥିବାବେଳେ ବିଦ୍ୟାଳୟ ସଦସ୍ୟ ଭାବେ ଦୁର୍ଗା ଚରଣ ଟୁଡୁ, ମାଝିଆ ହାଁସଦାଃ, ସାଲ୍ହୋ ସୋରେନ୍, ହିରାମଣୀ ଟୁଡୁ ଏବଂ ରାମଚନ୍ଦ୍ର ବାସ୍କେ’ଙ୍କୁ ଚୟନ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଏବଂ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷତ୍ର ଦିବସ

Sunil Chandra Nayak

ପାରାଦ୍ୱୀପ ସାଇ ଆଣ୍ଡ ରାମ ଜରାଶ୍ରମକୁ ଟେକ୍ନିପ କମ୍ପାନୀର ସହାୟତା

Sunil Chandra Nayak

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

Leave a Comment

error: Content is protected !!