ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

ଫୁଲବାଣୀ ର ପୁରାତନ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ତ୍ରୟୋଦଶତମ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଏବଂ ଉଦଘାଟକ ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଅନୁଷ୍ଠାନ ର ନିରନ୍ତର ଉଦ୍ୟମ ରେ ନିୟମିତ ଭାବେ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରସଂସା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ମିହିରଚାନ୍ଦ ମଲିକ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟ ଯୋଗ ଦେଇଥିଲେ । ବନଜ୍ୟୋତ୍ସ୍ନାର ବରିଷ୍ଠ ସଦସ୍ୟା ପ୍ରଣତି ତ୍ରିପାଠୀ ଅତିଥି ପରିଚୟ କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡ. କାହ୍ନୁ ଚରଣ ଶତପଥୀ ଅତିଥି ସ୍ବାଗତ କରି ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏହାର ଦିର୍ଘ ବର୍ଷ ର ପ୍ରଚେଷ୍ଟା ରେ, ଅନୁଷ୍ଠିତ ବିଭିନ୍ନ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୁଚନା ଦେଇଥିଲେ। ଏଥିରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରକାଶକ, ପୁସ୍ତକ ବିକ୍ରେତାଙ୍କ ସମେତ ବହୁ ଲବ୍‌ଧ ପ୍ରତିଷ୍ଠିତ ସାହିତ୍ୟିକ, କବି ଓ ଲେଖକ ଯୋଗ ଦେଇଥିଲେ ଏବଂ ଆଗକୁ ମଧ୍ଯ ଆହୁରି ଅନେକ ସାହିତ୍ୟିକଙ୍କ ସାହିତ୍ୟ ଚର୍ଚ୍ଚା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି l 

ମନୋଜ କୁମାର ନାୟକ ଏବଂ ସାଥୀ କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବୈଜୟନ୍ତ ମାଳା ମହାପାତ୍ର ଙ୍କ ଭଜନ ମାଳା ବହି, ବନଜ୍ୟୋତ୍ସ୍ନାର ସ୍ବନକ୍ଷତ୍ର ସଂଖ୍ୟା ଏବଂ କାହ୍ନୁ ଶତପଥୀଙ୍କ ଗପ ପୁସ୍ତକ ‘ମଲା ନଈର ଢେଉ’ ଓ ପ୍ରବନ୍ଧ ପୁସ୍ତକ ‘ଅନନ୍ୟ କାବ୍ୟଶିଳ୍ପୀ ଗୋଦାବରୀଶ’ ଉନ୍ମୋଚିତ ହୋଇଥିଲା । ଚଳିତ ପୁସ୍ତକ ମେଳା ୧୭ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୨୮/୪/୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାହିତ୍ୟ ଚର୍ଚ୍ଚା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାର ମାନଙ୍କୁ ନେଇ ସାଂସ୍କୁତିକ କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ବେହେରା ସୂଚନା ଦେଇଛନ୍ତି l ୧୫୦ ରୁ ଅଧିକ ପୁସ୍ତକ ଷ୍ଟଲ ସମେତ ଅନ୍ୟାନ୍ୟ ଷ୍ଟଲ୍‌, ମୀନାବଜାର, ଫୁଡ ଷ୍ଟଲ୍ ରେ ଅଧିକ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!