ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ । ଦୁଇ ଦିନର ଉତ୍ସବ ; ମହାମହିମ ରାଜ୍ୟପାଳ କରିବେ ଉଦଯାପନ

କଟକ : କଟକ ସଦର ବ୍ଲକ ଅଞ୍ଚଳର କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ କରାଯିବ । ଏଥିପାଇଁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କର କହିଛନ୍ତି । ଆସନ୍ତା ୨୨ତାରିଖରେ ଶୁଭ ଉଦଘାଟନ ହେବାକୁ ଥିବାବେଳେ ୨୩ତାରିଖରେ ଉଦଯାପନ କାର୍ଯ୍ୟକ୍ରମ ରହିଅଛି ।  

ଉଦଯାପନ ଉତ୍ସବରେ ସଦର ତହସିଲଦାର ଡଃ ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି,ଇଂ. ଶ୍ରୀ ସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା ଭାବେ ଯୋଗ ଦେବାକୁ ଥିବାବେଳେ,ତାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି। ସେହିପରି ଉଦଯାପନ ଦିବସରେ ଓଡ଼ିଶାର ମହାହିମ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଉଥିବା ବେଳେ ତାଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଥିବା ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ଵାଳ କହିଛନ୍ତି। ତତ୍ ସହିତ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ସମସ୍ତ ସଭ୍ୟ ଓ ଅନ୍ୟମାନଙ୍କୁ ଉପସଭାପତି ସନ୍ତୋଷ ତ୍ରିପାଠୀ,ସମ୍ପାଦକ ନବଘନ ରାଉତ,ସହ ସମ୍ପାଦକ ସାମ୍ବାଦିକ ପ୍ରଭାତ ମଲ୍ଲିକ , ଉପଦେଷ୍ଟା ହୃଷୀକେଶ ଜେନା ପ୍ରମୁଖ ନିବେଦନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!