ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

ଢେ଼ଙ୍କାନାଳ-:  ଅଦ୍ୟ ତା ୨୦.୦୪.୨୦୨୩ ରିଖ ଦିବା ଘ ୧୧.୩୦ ମିନିଟ ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଜନସୁରକ୍ଷା ଯୋଜନା(PMJBY ଏବଂ PMSBY ) ପାଇଁ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜନସୁରକ୍ଷା ଯୋଜନାକୁ ଲୋକଭିମୁଖୀ କରିବା ପାଇଁ ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ମହୋଦୟ ଉପସ୍ଥିତ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। 

ଏଠାରେ ସୂଚନା ଥାଉକି ଏହି ଯୋଜନା ତା ୦୧.୦୪.୨୦୨୩ ରିଖ ରୁ ୩୦.୦୬.୨୦୨୩ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବ । ସୁଚିତ ଥାଉକି ଏହି ଯୋଜନା ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(PMJJBY) ର ବାର୍ଷିକ ପ୍ରିମିୟମ ୪୩୬ ଟଙ୍କା ଏବଂ ବିମାରାଶି ୨ ଲକ୍ଷ ଟଙ୍କା । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY )ର ବାର୍ଷିକ ପ୍ରିମିୟମ ୨୦ ଟଙ୍କା ଏବଂ ବିମାରାଶି ୨ ଲକ୍ଷ ଟଙ୍କା। 

ତୃଣମୂଳ ସ୍ତରରେ ଯଥା ଗ୍ରାମ ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମୀମାନଙ୍କ ସହଯୋଗରେ ବ୍ୟାଙ୍କମାନେ ଏହି ଯୋଜନାକୁ କିପରି ସାଫଲ୍ୟ କରିବେ ସେଥ୍ପାଇଁ ଉକ୍ତ ସଭାରେ ଆଲୋଚନା କରାଗଲା । ଏହି ଅଧୂବେଶନରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ସହିତ ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପଣ୍ଡା, ନାବାର୍ଡର ଡ଼ିଡ଼ିଏମ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ,ଓଡିଶା ଗ୍ରାମ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ଆଶିଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ସମୂହ ଯୋଗ ଦେଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର; ଗର୍ଭବତୀ ମହିଳାଙ୍କ ମୃତ୍ୟୁ

masiha

କଳାହାଣ୍ଡି କୃଷି କାର୍ଯ୍ୟାଳୟର ଡ଼କ୍ୟୁମେଣ୍ଟାରୀ ନିର୍ମାଣ ପାଇଁ ବିଜ୍ଞାପନ କାହା ସ୍ୱାର୍ଥରେ ?

Sunil Chandra Nayak

ଜୀବନ ସଂଘର୍ଷରେ ଗଜରାଜର ମୃତ୍ୟୁ

masiha

Leave a Comment

error: Content is protected !!