ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

ଢେ଼ଙ୍କାନାଳ-:  ଅଦ୍ୟ ତା ୨୦.୦୪.୨୦୨୩ ରିଖ ଦିବା ଘ ୧୧.୩୦ ମିନିଟ ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଜନସୁରକ୍ଷା ଯୋଜନା(PMJBY ଏବଂ PMSBY ) ପାଇଁ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜନସୁରକ୍ଷା ଯୋଜନାକୁ ଲୋକଭିମୁଖୀ କରିବା ପାଇଁ ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ମହୋଦୟ ଉପସ୍ଥିତ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। 

ଏଠାରେ ସୂଚନା ଥାଉକି ଏହି ଯୋଜନା ତା ୦୧.୦୪.୨୦୨୩ ରିଖ ରୁ ୩୦.୦୬.୨୦୨୩ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବ । ସୁଚିତ ଥାଉକି ଏହି ଯୋଜନା ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(PMJJBY) ର ବାର୍ଷିକ ପ୍ରିମିୟମ ୪୩୬ ଟଙ୍କା ଏବଂ ବିମାରାଶି ୨ ଲକ୍ଷ ଟଙ୍କା । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY )ର ବାର୍ଷିକ ପ୍ରିମିୟମ ୨୦ ଟଙ୍କା ଏବଂ ବିମାରାଶି ୨ ଲକ୍ଷ ଟଙ୍କା। 

ତୃଣମୂଳ ସ୍ତରରେ ଯଥା ଗ୍ରାମ ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମୀମାନଙ୍କ ସହଯୋଗରେ ବ୍ୟାଙ୍କମାନେ ଏହି ଯୋଜନାକୁ କିପରି ସାଫଲ୍ୟ କରିବେ ସେଥ୍ପାଇଁ ଉକ୍ତ ସଭାରେ ଆଲୋଚନା କରାଗଲା । ଏହି ଅଧୂବେଶନରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ସହିତ ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପଣ୍ଡା, ନାବାର୍ଡର ଡ଼ିଡ଼ିଏମ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ,ଓଡିଶା ଗ୍ରାମ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ଆଶିଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ସମୂହ ଯୋଗ ଦେଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ତଣ୍ଡାଗୁଡାରେ ସଡ଼କ ଦୁର୍ଘଟଣାରେ ମୃତ ଦାମ୍ପତିଙ୍କ ପରିବାରକୁ ଆର୍ଥିକ ସହାୟତା

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

Leave a Comment

error: Content is protected !!