ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

ନର୍ଲା,(ମସିହା ): ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତ ଅଧିନସ୍ଥ ବୋରିଙ୍ଗ ପଦର ଗ୍ରାମର ବାସିନ୍ଦା ଡମ୍ବରୂଧର ଗଡତିଆଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ରାତି ୮ଟା ୩୦ମିନିଟରେ ୯୩୩୭୯୭୨୪୦୬ ନମ୍ବରରୁ କଲ କରି ନିଜକୁ ମାଓବାଦୀ ପରିଚୟ ଦେଇ ୩ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହାପରେ ଡମ୍ବରୁ ଗତ ୧୨ ତାରିଖରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ତନାଘନା ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଜଣାପଡିଥିଲା କଲ୍ ଆସିଥିବା ନମ୍ବରଟି ଜଣେ ଶିକ୍ଷକଙ୍କର ଓ ସେ ତାଙ୍କ ମୋବାଇଲକୁ ଆଗରୁ ହଜେଇଥିଲେ । ଉକ୍ତ ମୋବାଇଲକୁ ପାଇଥିଲେ କୁରମେଲ୍ ପଞ୍ଚାୟତ ର କିଲବେଡା ଗ୍ରାମର ମଳୟ ପଧାନ । ଏହି ନମ୍ବରକୁ ବ୍ୟବହାର କରି ବୋରିଙ୍ଗ ପଦର ଗ୍ରାମର ରାଜେନ୍ଦ୍ର ପଧାନ ଡମ୍ବରୁଧରଙ୍କୁ ୩ ଲକ୍ଷ ଦାବୀ କରିଥିଲେ । ତେବେ ଡମ୍ବରୁ ଓ ରାଜେନ୍ଦ୍ର ମଧ୍ୟରେ ଆଗରୁ ଶତ୍ରୁତା ଥିବା ତଦନ୍ତକାରୀ ଅଧିକାରୀ ଗଙ୍ଗାଧର ମେହେର ଜଣାଇଛନ୍ତି । ଏହାପରେ ପୁଲିସ ନିଜର ଜାଲ ବିଛାଇଥିଲା । କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା ନର୍ଲା ପୁଲିସ । ଧରା ପଡିବା ପରେ ସତକୁ ମାନିଥିବା ପୁଲିସ ପ୍ରକାଶ କରିଛି । ଅନେକ ସମୟରେ ସାଇବର୍ ଅପରାଧ ଘଟୁଥିବା ବେଳେ ଓ ଏଥିପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡୁଥିବା ବେଳେ ଏହି ଘଟଣାରେ ଆଇଆଇସି ଅଭିଯୁକ୍ତଙ୍କୁ ଧରିବା ନର୍ଲା ପାଇଁ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେସ୍ ନମ୍ବର ୬୧/୨୦୨୩,ଦଫା ୩୮୪,୨୦୧ ଓ ୩୪ ଆଇପିସିରେ ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ଓ ମଳୟକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ୍ ଜଵତ ହୋଇଛି ।

ଦୀପକ ଠାକୁର, ନର୍ଲା

Related posts

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

ନିଖୋଜ ଥିବା ନିରଞ୍ଜନ ଘରକୁ ଫେରିଲେ

Sunil Chandra Nayak

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

masiha

Leave a Comment

error: Content is protected !!