ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମକୁ ନେଇ ଦ୍ୱନ୍ଦ :ଅସୁବିଧାରେ ମହିଳା

କାମାକ୍ଷାନଗର ( ମ ନି ସ)୨୧/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଂଚାୟତ ରେ ଦେଖିବାକୁ ମିଳିଛି ଗୋଟିଏ ଅଭାବନୀୟ ଘଟଣା l ସୂଚନା ଅନୁସାରେ ବାଉଁଶପାଳ ପଂଚାୟତ ର ବାଉଁଶପାଳ ଗ୍ରାମର ଗୀତାଞ୍ଜଳି ନନ୍ଦ ନିଜ ଡାକ ନାମ ମାମିନା ମିଶ୍ର କୁ ନେଇ ଅସୁବିଧା ରେ ପଡିଛନ୍ତି l ସୂଚନା ଅନୁସାରେ ଅଭୟ କୁମାର ନନ୍ଦ ଙ୍କ ପତ୍ନୀ ଗୀତାଞ୍ଜଳି ନନ୍ଦ ଙ୍କ ବାପଘର ଲୋକ ଭୋଟର କାର୍ଡ ରେ ତାଙ୍କ ଡାକ ନାମ ମାମିନା ମିଶ୍ର ବୋଲି ଦେଇଥିଲେ, ଓ ସେହି ଭୋଟର କାର୍ଡ କୁ ନେଇ ଗୀତାଞ୍ଜଳି ନନ୍ଦ ଗୋଟିଏ ଏ ଲ ଆଇ ସି ପଲିସି ମଧ୍ୟ କରିଥିଲେ l ସମୟ କ୍ରମେ ଆଧାର କାର୍ଡ ଓ ଭୋଟର କାର୍ଡରେ ନାଁ ପରିବର୍ତନ ହୋଇ ନିଜ ଭଲ ନାମ ମାମିନା ମିଶ୍ର ରେ ହୋଇଥିଲା l ଯେହେତୁ ଗୀତାଞ୍ଜଳି ନନ୍ଦ ନାଁ ରେ ସବୁ ପ୍ରମାଣପତ୍ର ଅଛି ଗୀତାଞ୍ଜଳି ନନ୍ଦ ପ୍ରଶାସନକୁ ଅନୁରୋଧ କରୁଛନ୍ତି କି ତାଙ୍କ ନାମକୁ ନେଇ କୌଣସି ପ୍ରକାରର ଅସୁବିଧା ନହେଉ, ଓ ଏ ଲ ଆଇ ସି ଟି ପୁରିଲା ପରେ ଟଙ୍କା ଉଠାଣ ସମୟରେ ତାଙ୍କର ଯେପରି କୌଣସି ଅସୁବିଧା ନହେଉ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

48 Adivasi Students Felicitated for Academic Excellence in Sundargarh

masiha

ବିପଦପୂର୍ଣ୍ଣ ଭାବେ ମେଟାଲ ପରିବହନ ଚାଲିଛି

ଜୁନାଗଡ଼ରେ ଫେଲ ମାରିଛି ଟ୍ରାଫିକ ବ୍ୟବସ୍ଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ସିଟିଜେନ ଫୋରମ

Sunil Chandra Nayak

Leave a Comment

error: Content is protected !!