ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା/ ଇସ୍ପାତ ନଗରୀର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ଉପସଭାପତି ଡଃ ସନାତନ ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରଏସପିର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ପ୍ରଜ୍ଞା ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ସଂପର୍କରେ ଆଲୋଚକ ଭାବେ ଡଃ ପ୍ରଶାନ୍ତ ମହାରଣା ଓ ସମ୍ମାନିତ ସମ୍ମାନିତ ଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ଆଲୋଚକ ଡଃ ମହାରଣା ଚିତ୍ତରଞ୍ଜନଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରି କହିଲେ ଯେ ସେ ଥିଲେ ବାସ୍ତବବାଦୀ। ସେ କେବଳ ପ୍ରାବନ୍ଧିକ ବା ଶିକ୍ଷା ବିତ୍ ନଥିଲେ ଥିଲେ ଜଣେ ହୃଦୟବାନ ବ୍ୟକ୍ତିତ୍ବ। ତାଙ୍କ ଦ୍ବାରା ସୃଷ୍ଟି କାଳଜୟୀ ହୋଇ ଭାଷାସାହିତ୍ୟ କୁ ରୁଦ୍ଦିମନ୍ତ କରିଛି । ମୁଖ୍ୟଅତିଥି ଶ୍ରୀ ମହାନ୍ତି ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ସାରସ୍ବତ ଜଗତର ଅଗ୍ରଣୀ ଯୋଦ୍ଧା ଭାବେ ଅବହିତ କରିବା ସହ ତାଙ୍କର ଆଲୌକିକ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ପ୍ରଧାନ ‘ ମନ୍ଦାର ଗଛତଳେ ବସିଥିବା ସେଇ ଝିଅଟି’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଗଳ୍ପଟିକୁ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବୀ ନିରୁପମା ପତି ଓ ଗୌତମ ଦାସଙ୍କ ସଂଯୋଜନାରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ରବିନ୍ଦ୍ର ନାଥ ମହାନ୍ତି, ସାଗର ମହାନ୍ତି, ତ୍ରିଲୋଚନ ସ୍ବାଇଁ, ପ୍ରତାପରୁଦ୍ର ତ୍ରିପାଠୀ, ଆଶୁତୋଷ ତ୍ରିପାଠୀ, ଅଶୋକ ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ, ଉପେନ୍ଦ୍ର ବସ୍ତିଆ, ପ୍ରଶାନ୍ତ ମହାରଣା,କରୁଣାକର ପାଟ୍ଟଶାଣୀ ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଆବାହକ ଡଃ ପ୍ରଧାନ ପ୍ରାରମ୍ଭିକ ସୂଚନା ସହ ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ଶତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସଭାପତିତ୍ବ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅଭୟ କୁମାର ଦାସ, ଭୂପେନ ମହାପାତ୍ର, ଜୟଶ୍ରୀ ଦାସ, ଜଗନ୍ନାଥ ରାଉତ,ଦିବାକର ଦାସ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଗଙ୍ଗାଧର ପାଢୀ, ତାରିଣୀ ଚରଣ ସାହୁ, ରାଧାକାନ୍ତ ମିଶ୍ର,ଡା ବସନ୍ତ କୁମାର ଦାସ,ଡା କୃପାସିନ୍ଧୁ ନାୟକ, ନୀନାରାଣୀ ଜେନା, ସାବିନା ମହନ୍ତ, ପଞ୍ଚାନନ ପାତ୍ର, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ଙ୍କୁ ନେଇ ଏକ ଦିନିଆ ଦକ୍ଷତା ତାଲିମ ଶିବିର ଆୟୋଜିତ

Sunil Chandra Nayak

ସର୍ବଭାରତୀୟ ସଂଗଠନ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଲୋକସାହିତ୍ୟ କଳାହାଣ୍ଡି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ

Sunil Chandra Nayak

Leave a Comment

error: Content is protected !!