ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

ରାଉରକେଲା/ଓଡିଶାର ଲୁପ୍ତପ୍ରାୟ ଲୋକକଳାକୁ ଜନମାନସରେ ଉଦଜୀବିତ ରଖିବା ପାଇଁ ଶ୍ରୀଶ୍ରୀ ଲକ୍ଷ୍ମୀ ଇଶ୍ଵର ସାଂସ୍କୃତିକ କଳା ସଙ୍ଘ ସଲଙ୍ଗାବାହାଲ୍, ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼, ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ବଣାଇ ଓ ଢୋଲ ମୁହୁରୀ କଳା ପରିଷଦ ଦ୍ୱାରା ରାଉରକେଲା ଲୋକକଳା ମହୋତ୍ସବ ସଲଙ୍ଗାବାହାଲ ପଂଚାୟତ ଅଫିସ ପଡିଆରେ ଉଦଘାଟିତ ହୋଇଯାଇଛି l ଏଥିରେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଆଁରମୁଣ୍ଡା ଜ୍ୟୋତିର୍ମୟୀ କେରକେଟା, ମହୋତ୍ସବ ମଣିଷ ଓ ବିଶିଷ୍ଟ ସମାଜସେବୀ ଡ଼କ୍ଟର ସୁମନ ଦତ୍ତ,ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର , ସଲଙ୍ଗାବାହାଲ ସରପଞ୍ଚ ମଞ୍ଜୁଲତା ସୋରେଙ୍ଗ,ଉପ ସଭାପତି ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼ ଫକୀର ବାଡା, ସଦର ବ୍ଲକ ଉପସଭାପତି ସୁନୀଲ ମହାପାତ୍ର, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହାଁସଦା, ଗୁରୁ ଦଶରଥ ସାହୁ, ବେଣୁଧର ସାହୁ, ରଜନୀକାନ୍ତ ଦଣ୍ଡିଆ, ଡିଲେଶ୍ବର ମାଝୀ, ଅରବିନ୍ଦ ସାହୁ, ପଦ୍ମଚରଣ ଆଚାର୍ଯ୍ୟ, ଆକାଶବାଣୀ ସଂଗୀତ ନିର୍ଦ୍ଦେଶକ ରମେଶ ସୁନା, ସୁରଜ ମାହିକ ପ୍ରମୁଖ ଯୋଗଦାନ କରିଥିଲେ । ଉତ୍ସବ ଉଦଘାଟନ କରି ଶ୍ରୀମତୀ କେରକେଟା ଏଭଳି ଉତ୍ସବର ଭୁୟସୀ ପ୍ରଶଂସା କରିଥିବା ବେଳେ, ଲୁପ୍ତପ୍ରାୟ ହୋଇ ଆସୁଥିବା ଲୋକକଳାର ପୁନଃରୁଥାନ ସାମାଜିକ ସୁରକ୍ଷା ଓ ସନ୍ତୁଳନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଡ଼କ୍ଟର ଦତ୍ତ ମତ ଦେବା ସହ ଉଦ୍ୟୋକ୍ତା ମାନଙ୍କ ଉଦ୍ୟମକୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାପତି ମାରିଆନୁସ କିରୋ , ସମ୍ପାଦକ ସୁଧୀର ମିଞ୍ଜ, ସତ୍ୟବାନ୍ ସାହୁ, ଶଙ୍କର ସାହୁ, ପ୍ରକାଶ କମାର, ବୁଲୁ ସାହୁ, ସମାରୁ କମାର, ବଳରାମ ସାହୁ, ବନବିହାରୀ ସାହୁ, ପ୍ରମୁଖ ଉତ୍ସବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଭିନ୍ନ କଳା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କଳାକାରମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ୬୦ ରୁ ଉର୍ଦ୍ଧ୍ବ ସାଂସ୍କୃତିକ ଦଳ ତାଙ୍କର କଳାନୈପୂଣ୍ୟ ବେଶ ଚିତାକର୍ଷକ ଶୈଳୀରେ ପରିବେଷଣ କରିଥିଲେ । ଖୋର୍ଦ୍ଧାର ଗୋଟି ପୁଅ ନାଚ, ଫକୀର ବାଡା ଓ ସାଥିଙ୍କ ଦ୍ଵାରା ବାଦ ପାଲା ସଂଧ୍ୟାରେ ପ୍ରଦର୍ଶିତ ହେଇଥିଲା । ଉତ୍ସବକୁ ହଜାର ହଜାର ଲୋକ ମନଭରି ଉପଭୋଗ କରିଥିଲେ l ଉକ୍ତ ଜିଲ୍ଲା ସ୍ତରୀୟ ଲୋକ କଳା ମହୋତ୍ସବ ଆସନ୍ତା ୨୩ ତାରିଖ ଯାଏ ଚାଲିବ ବୋଲି ଜଣାପଡିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରିୟ ଭାରତ୍ତଳନ କ୍ରୀଡା କାର୍ଯ୍ୟକ୍ରମ ହୋଇଯାଇଛି

masiha

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!