ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିମିଳିପାଳ ଅଭୟାରଣ୍ୟ ରୁ ୪ ହାତୀ ଦାନ୍ତ ସହିତ ଶିକାରୀ ଗିରଫ

 ମୟୂରଭଞ୍ଜ-:୨୧/୪ (ମସିହା) ଶିମିଳିପାଳ ଅସ୍ତକୁଆଁର ଗାଁରୁ ୪ଟି ହାତୀ ଦାନ୍ତ ଜବତ ହୋଇଛି । ହାତୀ ଦାନ୍ତ ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଜଣଙ୍କ ଘରେ ଚଢାଉ କରି ବନ ବିଭାଗ ହାତୀ ଦାନ୍ତ ଜବତ କରିଛି । ହାତୀ ଦୁଇଟିକୁ ୨୦୨୨ ଡିସେମ୍ବର ଓ ୨୦୨୩ ଫେବୃୟାରୀ ମାସରେ ଜେନାବିଲ ରେଞ୍ଜର ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ଶିକାରୀମାନେ ଶିକାର କରିଥିଲେ । ଅଭିଯୁକ୍ତ ଜଣଙ୍କ ହେଲେ ଯଶୀପୁର ଥାନା ଅଧୀନ ବାଗଡେଗା ଗଡଶିମିଳିପାଳର ୩୧ ବର୍ଷ ବୟସ୍କ ରଘୁନାଥ ପିଙ୍ଗୁଆ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ୨ଟି ହାତୀ ମୃତ୍ୟୁ ଘଟଣାର ହାତୀ ଦାନ୍ତ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗୁରୁବାର ଗିରଫ କରିଥିଲେ । ଘଟଣାରେ ଜଡିତ ଅନ୍ୟ ଅଭିଯୁକକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୫୦ ଟି ଶୁଆ ଶାବକ ସହ ବନ୍ୟପ୍ରାଣୀ ମାଫିଆକୁ ମାଡ଼ି ବସିଲା ରାଇରଙ୍ଗପୁର ଜଙ୍ଗଲ ବିଭାଗ

masiha

ମୋବାଇଲ ଓ ବାଇକ ଲୁଟିନେଲେ ଦୁର୍ବୁତ୍ତ : ଥାନାରେ ଅଭିଯୋଗ

ସୁନ୍ଦରଗଡରେ ଦୁର୍ବୁତ୍ତଙ୍କ ଗୁଳିକାଣ୍ଡ : ପୋଲିସ୍ ପକ୍ଷରୁ ତଦନ୍ତ ଜାରି

Leave a Comment

error: Content is protected !!