ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡିରେ ଇଦ୍ -ଉଲ-ଫିତର୍ ପାଳିତ

ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ସୁନ୍ନୀ ରଜଓ୍ବି ଜାମା ମସଜିଦ ମୋହରା ଏବଂ ବେହେରାମୁଣ୍ଡା ଜାମା ମସଜିଦ୍ ଆନୁକୂଲ୍ୟରେ ପବିତ୍ର ଇଦ୍ -ଉଲ-ଫିତର୍ ମହା ସମାରୋହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଯିତ ଏକ ଶୋଭାଯାତ୍ରାରେ ମୋହରା, ଚନ୍ଦାହାଣ୍ଡି, ହଳଦୀ, ଦେଓବନ୍ଧ ର ପ୍ରାୟ ୪୦୦ ରୁ ଉର୍ଦ୍ଧ ସୁନ୍ନୀ ମୁସଲମାନ ଭାଇ ମାନେ ଯୋଗଦେଇ ମୋହରା ମସଜିଦ୍ ପରିସରରେ ଏକତ୍ରିତ ହୋଇ ନାରେ ତକବିର- ଆଲ୍ଲାହୁ-ଅକବର ଶ୍ଲୋଗାନ ଦେଇ ଇଦଗାହା ପହଂଚିଥିଲେ । ଏହାପରେ ମୈାଲାନା ସୋହେବ ରଜା ଙ୍କ ପୈାରହିତ୍ୟରେ ଇଦ୍ ର ନମାଜ ପାଠ କରିବା ପରେ ସମସ୍ତେ ପରଷ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଅଭିନନ୍ଦନ ଜଣାଇଥିଲେ । ନମାଜ ପାଠ ପରେ ସମସ୍ତେ ସୁଖ ସମୃଦ୍ଧି ନିମନ୍ତେ ଆଲ୍ଲାଙ୍କ ଠାରେ ଦୁଆ ମାଗିବା ସହ କବ୍ରିସ୍ତାନ (ଶ୍ମଶାନ)କୁ ଯାଇ ନିଜ ପରିବାରର ଇହଧାମ ତ୍ୟାଗ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ଅବସରେର ପବିତ୍ର ରମଜାନ ମାସରେ ଏକ ମାସ ତରାବି ନମାଜ ପାଠରେ କୋରାନ ପାଠ ଶୁଣାଇଥିବା ହାଫିଜ୍ ସୋହେବ ରଜା ଙ୍କୁ ମୋହରା ମସଜିଦ୍ କମିଟି ତରଫରୁ ୩୦ ହଜାର ଟଙ୍କା ନଜରାନା ପ୍ରଦାନ କରାଯାଇଥିଲା । ସେହିଭଳି ଅନାଥ ପିଲା ମାନେ ପଢୁଥିବା ଆଶ୍ରମକୁ ପଠେଇବା ନିମନ୍ତେ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା । ଏହି ଅବସରରେ ମସଜିଦ୍ କମିଟିର ପୂର୍ବତନ ସଭାପତି ଜନାବ ମହମ୍ମଦ ୟୁନୁସ ସମସ୍ତ ମୁସଲମାନ ଭାଇ ମାନଙ୍କୁ ଇଦ୍ ର ଶୁଭକାମନା ଜାଣାଇବା ସହ ଭାଇଚାରା ବଜାୟୀ ରଖିବାକୁ ଅନୁରୋଧ କରିଥିଲେ । ଏହା ପରେ ସମସ୍ତେ ନିଜ ନିଜ ଘରକୁ ଯାଇ ବୟୋଜ୍ୟେଷ୍ଠଙ୍କ ଆଶିର୍ବାଦ ନେବା ସହ ପୁରୀ, ସିମିଆ ଆଦି ବାଂଟିଥିଲେ । ଏଥିରେ ସଭାପତି ସୁଲତାନ ଅଲ୍ଲି ,ଉପ-ସଭାପତି ମୁରାଦ ଅଲ୍ଲି, ସମ୍ପାଦକ ମହମ୍ମଦ ସକିଲ, କୋଷାଧ୍ୟକ୍ଷ ମହମ୍ମଦ ଇଲିୟାସ, ମହମ୍ମଦ ରଫିକ , ମହମ୍ମଦ ହନିଫ , ମହମ୍ମଦ ସଫିକ,ମହମ୍ମଦ ହୁସେନ,ମୁରାଦୁ ଅଲ୍ଲୀ , ଅକବର ଅଲ୍ଲୀ, ସହିଦ ଅଲ୍ଲୀ,ମହମ୍ମଦ ରିଜଓାନ,ମହମ୍ମଦ ଇକବାଲ ,ସାହାଦତ ଅଲ୍ଲି, ହାଜି ମହମ୍ମଦ ଇଶା ,ମୁମତାଜ ଅଲ୍ଲୀ, ମକବୁଲ ଅଲ୍ଲୀ, ଖଲିଲ ଅଲ୍ଲୀ, ମହମ୍ମଦ ଅସପାକ, ମୈାସିନ, ସାହିଲ, ସହଜାଦ, ରହେମାନ, ଆସିଫ, ଫାରୁକ, ମୁକ୍ତାର, ରଫିକ ଅଲ୍ଲୀ ପ୍ରମୂଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

Sunil Chandra Nayak

ଲଡୁଗାଁରେ ଡେଙ୍ଗୁ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

Sunil Chandra Nayak

ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ 

masiha

Leave a Comment

error: Content is protected !!