ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

କର୍ଲାମୁଣ୍ଡା: ପ୍ରଚଣ୍ଡ ରୌଦ୍ରତାପରେ ଜନମାନସ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ପୋଖରୀରେ ପ୍ରଚୁର ପାଣି ଥାଇ ଗାଧୋଇ ପାରୁ ନାହାନ୍ତି ତେରେସିଂହା ଗ୍ରାମବାସୀ l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ଏକ ଜନ ବହୁଳ ଗ୍ରାମ l ଗ୍ରାମରେ ଏକ ବଡ଼ ପୋଖରୀ ସାଙ୍ଗକୁ ଗାଧୋଇବା ପାଇଁ ପ୍ରଚୁର ପାଣି ମଧ୍ୟ ଅଛି l କିନ୍ତୁ ଗ୍ରାମବାସୀ ଗାଧୋଇ ପାରୁ ନାହାନ୍ତି l ଗତ ବର୍ଷ ଠାରୁ ଏହି ପୋଖରୀରେ ଏକ ନୂତନ ଜଳ ଉଦ୍ଭିଦ ପୋଖରୀ ସାରା ପ୍ରଚୁର ମାତ୍ରାରେ ଭାସୁ ଥିବାରୁ ଗାଧୁଆ ଘାଟ ଗୁଡ଼ିକରେ ଗାଧୋଇ ହେଉନାହିଁ l ତାହା ଗାଧୁଆ ଘାଟକୁ ମାଡ଼ି ଆସୁଛି l ଦିନକୁ ଦିନ ପାଣି ମଧ୍ୟ ଦୂଷିତ ହେବାରେ ଲାଗିଛି l ପୋଖରୀର ଏହି ସବୁକୁ ସଫା କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ l ଯା’ ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଥିବା ଦେଖାଯାଏ l ଏ ନେଇ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସୁନାଙ୍କୁ ଯୋଗାଯୋଗ କରିବାରୁ ସେ ଆସନ୍ତା କାଲି ତାହାର ବ୍ୟବସ୍ଥା କରିବେ ବୋଲି ମତ ପ୍ରକାଶ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଟିକଚନ୍ଦ ବାଗ 

masiha

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

masiha

Leave a Comment

error: Content is protected !!