ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମପଞ୍ଚାୟତ ସ୍ଥିତ ଟୁଟିଙ୍ଗ ଗ୍ରାମର ଅସହାୟ ମା ମଞ୍ଜୁ ଦୁର୍ଗାର କରୁଣ କାହାଣୀ ଉପରେ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ କରିଥିବା ବେଳେ ପ୍ରଶାସନର ଚେତା ପଶିବା ପରେ ବ୍ଳକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଟୁଟିଂଙ୍ଗଗ୍ରାମରେ ପହଞ୍ଚି ଥିଲେ। ପ୍ରଶାସନର ତଦନ୍ତରୁ ଜଣାପଡିଛି ଯେ ମଞ୍ଜୁ ଦୁର୍ଗାଙ୍କ ଆଧାର କାର୍ଡ ନାହିଁ। ଏଥିପାଇଁ ପ୍ରଶାସନିକ ସୁବିଧାରେ ବାଧକ ହୋଇଛି। ସେପଟେ ଏହି ଖବର ପ୍ରସାରଣ ଉପରେ ପ୍ରଭାବିତ ହୋଇ ନର୍ଲା କିନ୍ନର ମହାସଙ୍ଘ ଅଦ୍ୟ ତା ୨୧/ ୪ /୨୩ରିଖ ଶୁକ୍ରବାର ଦିବା ବାରଟା ସମୟରେ ମଞ୍ଜୁ ଦୁର୍ଗା ଘରକୁ ପହଞ୍ଚିଥିଲେ । ଏହି ପରିବାରକୁ ଚାଉଲ ପଚାଶ କିଲୋ , ପନିପରିବା , ଦୁଇ ଝିଅଙ୍କ ପାଇଁ ଡ୍ରେସ , ଘର ଛାଉଣି ପାଇ ଏକ ପୋଲିଥିନ ସହ ଦୁଇ ଝିଅଙ୍କ ପାଠ ପଢିବା ବାବଦକୁ ତିନି ହଜାର ଟଙ୍କା ସହାୟତା ରାଶି ଦେଇଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ କିନ୍ନର ଅପା ମାନଙ୍କ ହୃଦୟ କେତେ ମହାନ ବୋଲି ସାଧାରଣରେ ଆଲୋଚନା ହେଉଛି। ଆଜି ଏ ପରିବାରକୁ ସହଯୋଗ କରି ନିଜର ମହାନ ପରିଚୟ ଦେଲେ ବୋଲି ପ୍ରଶଂସା କରାଯାଉଛି। ନର୍ଲା କିନ୍ନର ମହାସଙ୍ଘର ସଭାନେତ୍ରୀ କାମିନୀ କିନ୍ନର , ଉପ ସଭାନେତ୍ରୀ ପାୟଲ କିନ୍ନର , ରାୟଗଡା କିନ୍ନର ମହାସଙ୍ଘ ସଭାନେତ୍ରୀ ସନ୍ଧ୍ୟାରାଣୀ କିନ୍ନର , କୋଷାଧ୍ୟକ୍ଷ ରାଜୁ ଜୁଏଡ୍ , ଶିବାନି କିନ୍ନର , ଦୁର୍ଗା କିନ୍ନର , ରିତା କିନ୍ନର , ଜୁଲି କିନ୍ନର , ଅନୁ କିନ୍ନର ପ୍ରମୁଖ ଉପସ୍ଥିତ ରହି ଦୁର୍ଗା ପରିବାରକୁ ସ୍ନେହ ଓ ଶ୍ରଦ୍ଧା ଦେଇ ସହଯୋଗ କରିଥିବା ଯୋଗୁଁ ଗ୍ରାମବାସୀ ମାନେ ଏହି କିନ୍ନର ସଂଘକୁ ସାଧୁବାଦ ଜଣାଇଛନ୍ତି। ବାକି ଦେଖିବାକୁ ରହିଲା ବ୍ଳକ୍ ପ୍ରଶାସନ ପକ୍ଷରୁ କି ଭଳି ଭାବରେ ମଞ୍ଜୁ ଦୁର୍ଗାକୁ ସରକାରୀ ସହାୟତା ଦିଆଯାଉଛି ନା ଇମିତିରେ ଜୀବନ ବିତାଉଥିବେ ତାହା ଦେଖିବାକୁ ବାକି ରହିଲା।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି ‌‌

Related posts

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

Sunil Chandra Nayak

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

Leave a Comment

error: Content is protected !!