ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ 

 ମୟୂରଭଞ୍ଜ -: ୨୨/୪ (ମସିହା)ଆଜି ପବିତ୍ର ଇଦ୍- ଉଲ୍- ଫିତର ।ଏହି ଦିନ ତ୍ୟାଗ,ନିଷ୍ଠା ଓ ବଳିଦାନର ଦିବସ ।ନିଜର, ପରିବାରର ଏବଂ ସମାଜର ମଙ୍ଗଳ ପାଇଁ ମୁସଲମାନ ଭାଇମାନେ ନିଷ୍ଠାର ସହ ଏକମାସ ଧରି ରମଜାନ ପାଳିଥିଲେ।ଏହା ହେଉଛି ଧର୍ମର ମାସ । ଗତକାଲି ସଂଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ଖୁସିରେ ବିଭୋର ହୋଇଥିଲେ ସମୁଦାୟ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟର ଲୋକେ ।

ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମର ଇସଲାମ ଧର୍ମାବଲମ୍ବୀ ମାନେ ଏକ ମାସ ଧରି ପବିତ୍ର ରମଜାନ ମାସରେ ଉପବାସ ରହି ନମାଜ ପାଠ କରି ଆସୁଥିଲେ। ତେବେ ଶୁକ୍ରବାର ସନ୍ଧ୍ୟା ସମୟରେ ରମଜାନ ର ୨୯ ତମ ଦିବସରେ ଆକାଶରେ ଇଦ୍ ପର୍ବ ପାଇଁ ନୂତନ ଜହ୍ନ ର ଦର୍ଶନ ପରେ ସମସ୍ତେ ଆନନ୍ଦରେ ବିଭୋର ହୋଇ ଯାଇଥିଲେ, ଏବଂ ପରସ୍ପର ମଧ୍ୟରେ ଇଦ୍ ମୁବାରକ ର ଅଭିନନ୍ଦନ ଜଣାଇଲେ। ତେବେ ଆଜି ଶନିବାର ସମଗ୍ର ଦେଶରେ ଇଦ୍ ପର୍ବ ପାଳନ ହେଉଥିବା ବେଳେ ଲୁହାକାନୀ ଠାରେ ମଧ୍ୟ ଇସଲାମ ଧର୍ମାବଲମ୍ବୀ ମାନେ ମହା ଧୂମଧାମରେ ଇଦ୍ ପର୍ବ ପାଳନ କରୁଥିବା ନଜରକୁ ଆସିଛି। ସୂଚନା ମୁତାବକ ଶନିବାର ସକାଳ ୮ଟା ସମୟରେ ଲୁହାକାନୀ ସ୍ଥିତ ମସଜିଦ ରେ ଉଦ୍ ଉପଲକ୍ଷେ ନାମାଜ ପାଠ କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ ସଦସ୍ୟ ସକାଳୁ ସାନ୍ନ କରି ନୂଆ ବସ୍ତ୍ର ପରିଧାନ କରି ମସଜିଦ ରେ ଉପସ୍ଥିତି ହୋଇଥିଲେ।ପରେ ମସଜିଦ ରେ ଥିବା ହାଫିଜ୍ ମୁସଲିମ୍ ଆକ୍ତାର ସମସ୍ତଙ୍କୁ ନାମାଜ ପାଠ କରାଇ ଇସଲାମ ଧର୍ମ ବିଷୟରେ ବୁଝାଇଥିଲେ।ନମାଜ ପାଠ ସାରି ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ। ଏହି ଇଦ୍ ପର୍ବ ଉପଲକ୍ଷେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଜଣେ ଅନ୍ୟ ଜଣକୁ ଇଦ୍ ମୁବାରକ ବା ଅଭିନନ୍ଦନ ଜଣାଇ ନିଜ ନିଜ ଭିତରେ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି। ଇଦ୍ ପର୍ବ ଉପଲକ୍ଷେ ପ୍ରତ୍ୟେକ ଘରେ ଘରେ ସୁସ୍ଵାଦୁ ବ୍ୟଞ୍ଜନ ଓ ପରସ୍ପରକୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେହିଭଳି ସଂଖ୍ୟା ଲଘୁ ବସବାସ କରୁଥିବା ରାଇରଙ୍ଗପୁର ସହରର ଠାକୁରାଣୀବେଡା,ଇଚିଣ୍ଡା,ଗୋରୁମହିଷାଣି, ଗମ୍ଭାରିଆ,ବିଞ୍ଝୁଆ, ବଡଦୁନ୍ଦୁ,   ଦେଓଗାଁ,ତେଣ୍ଟପୋଷୀ,କାଦୁଆଣୀ,କୁସୁମି ,ଭାଲୁଵଷା,ନାଗଭଣ,ସମରଦଫା ଅଂଚଳରେ ଥିବା ମସଜିଦ ରେ ନମାଜ ପାଠ ସହ ଇଦ୍ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ,ଯୀଶୁ ଙ୍କ କୃଶ ବିଧ ଦିବସ ପାଳିତ

Sunil Chandra Nayak

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ ….

Sunil Chandra Nayak

ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!