ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

ନୂଆପଡା, କୋମନା ରେଞ୍ଜ ଛତା ଧୋବେନପଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର ଆହତ। ସୁଚନା ଅନୁସାରେ ଛତା ଗାଁର ଦଶରଥ ମାଝୀ (୫୭) ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପିଲାଡ଼ଙ୍ଗର କୁ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ଏକ ଜଙ୍ଗଲି ଭାଳୁ ବୃଦ୍ଧାଙ୍କ ଉପରକୁ ଆକ୍ରମଣ କରିଥିଲା। ଯାହା ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଛନ୍ତି। ଢୋର୍ଲା ମୁଣ୍ଡା ସମିତି ସଭ୍ୟ ବିଶ୍ବମ୍ବର ମାଝୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଲୟ କୁ ନେଇ ଭର୍ତି କରିଥିଲେ। ବର୍ତ୍ତମାନ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ବଣିଜରା ସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଡିସଲେକ୍ସିଆ ମାସ ପାଳନ ପାଇଁ ବିଶେଷ କାର୍ଯ୍ୟକ୍ରମ -୨୦୨୫ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!