ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

ନୂଆପଡା, କୋମନା ରେଞ୍ଜ ଛତା ଧୋବେନପଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର ଆହତ। ସୁଚନା ଅନୁସାରେ ଛତା ଗାଁର ଦଶରଥ ମାଝୀ (୫୭) ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପିଲାଡ଼ଙ୍ଗର କୁ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ଏକ ଜଙ୍ଗଲି ଭାଳୁ ବୃଦ୍ଧାଙ୍କ ଉପରକୁ ଆକ୍ରମଣ କରିଥିଲା। ଯାହା ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଛନ୍ତି। ଢୋର୍ଲା ମୁଣ୍ଡା ସମିତି ସଭ୍ୟ ବିଶ୍ବମ୍ବର ମାଝୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଲୟ କୁ ନେଇ ଭର୍ତି କରିଥିଲେ। ବର୍ତ୍ତମାନ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

Sunil Chandra Nayak

ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!