ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

ଏହି ଅବସରରେ ଅଖି ମୁଠି ଅନୁକୂଳ କଲେ ବ୍ଲକ ଅଧ୍ୟକ୍ଷା ଓ ଆତ୍ମାର ଅଧ୍ୟକ୍ଷ ଆଇନଜୀବି ଥବିର ପ୍ରସାଦ ସାହୁ…

ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ ବ୍ଲକ କୃଷକ ପରାମର୍ଶ କମିଟି (ଆତ୍ମା) ର ଅଧ୍ୟକ୍ଷ ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥିଭାବେ କୁସୁମଖୁଣ୍ଟି ଏସ,ଡି,ଓ ଭାଗିରଥି ପଣ୍ଡା,ପୂର୍ବତନ ସରପଞ୍ଚ ଡ଼ୁମେରଗୁଡା,ଶ୍ରୀ ସୁରେଶ ଭଇଁସାଲ,ଶ୍ରୀ ଦୟାନିଧି ମାଝୀ,ଶ୍ରୀ ଚିତ୍ତରଞ୍ଜନ ବେହେରା, ମନୋଜ ପଟ୍ଟଯୋଷୀ ଧର୍ମଗଡ ବ୍ଲକ ର ସମସ୍ତ ଭି.ଏ.ଡବ୍ଲୁ ଓ ସମସ୍ତ କୃଷକ ସାଥି ସହିତ କେରମୁଣ୍ଡା ଗ୍ରାମର ଅନେକ କୃଷକ ମାନେ ଯୋଗଦେଇଥିଲେ l ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ ବୁଝାଇଥିଲେ l ଧର୍ମଗଡ ଅଞ୍ଚଳ ର ଅନେକ ଚାଷୀ ଅଛନ୍ତି ସେମାନେ କିଛି ବି ସରକାରୀ ବ୍ୟବସ୍ଥା ପାଇ ପାରିନାହାନ୍ତି ସେମାନେ ସରକାରୀ ସୁବିଧା ସୁଯୋଗ ହାସଲ କରିବା ପାଇଁ ଯତ୍ନ ବାନ ହେବା ଆବଶ୍ୟକ ବୋଲି କହିଥିଲେ l ଏହି ଅଞ୍ଚଳରେ,ଧାନ ଚାଷ, କରଲା,ଟମାଟୋ,ବାଇଗଣ,କୋବି, ଭେଣ୍ଡି ଆହୁରି ଅନେକ ଚାଷ ଅଛି l ଚାଷୀମାନେ ଚାଷ କରୁଛନ୍ତି ହେଲେ କାରଣ ସେମାନେ ସୁବିଧା ପାଇ ପାରୁନାହାନ୍ତି l ପୁଣି କୃଷି ବିଭାଗ ର ଅଧିକାରୀ ମାନେ ଆଗମିଦିନରେ ସବୁକିଛି ସୁବିଧା ପାଇ ପାରିବେ ବୋଲି ମତ ରଖିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାଝୀ/ନାୟକେ/ମୁଣ୍ଡା/ଦେହୁରୀଙ୍କୁ ନେଇ ଆଇନ୍ ସଚେତନତା ଶିବିର

Sunil Chandra Nayak

କୋରାପୁଟ ଜିଲାରେ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପଦକ୍ଷେପ ମାଧ୍ୟମରେ ପର୍ଯ୍ୟଟନ ବୃଦ୍ଧି ପାଇବ 

masiha

ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!