ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୋକିଆରେ ନୂତନ ରଥ କାଠ ଅନୁକୂଳ

ପାପଡାହାଣ୍ଡି,23/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହାକୁମାର ଜଗନ୍ନାଥ ମନ୍ଦିରରେ ରବିବାର ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ରଥ କାଠ ଅନୁକୂଳ ହୋଇଥିଲା | ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥ କାଠରେ ଅଖ ଲଗାଯାଇଥିଲା | ମନ୍ଦିରରେ ସ୍ଥାନୀୟ ସରପଞ୍ଚ ଜଗତ ଜୀବନ ନାୟକ, ଯୁଗଳ ବିଶୋଇ, ଅଭିମନ୍ୟୁ ପଣ୍ଡା, ରଜନୀ ସାସମଲ, ପ୍ରହ୍ଲାଦ ଗୁପ୍ତା, ପୂଜକ କୈଳାଶ ପାଣିଗ୍ରାହୀ, ହିରଣ୍ୟ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ | ଅଞ୍ଚଳର ବହୁ ପୁରାତନ ମନ୍ଦିର ଭାବେ ମୋକିଆ ମନ୍ଦିର | ପ୍ରତିବର୍ଷ ରଥଯାତ୍ରାରେ ଏଠାରେ ପ୍ରବଳ ଭିଡ଼ ଜମେ | ଚଳିତ ବର୍ଷ ନୂତନ ରଥ କାଠରେ ଯାତ୍ରା ଅନୁଷ୍ଠିତ ହେବ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତିନି ଦିନ ଧରି ଚାଲିଥିବା ଅଖଣ୍ଡ ହରିନାମ ସଂକୀର୍ତ୍ତନ

masiha

ସର୍ଗିଗୁଡା ଠାରେ ବାହାଦି ଠାକୁରଙ୍କ ବାର୍ଷିକ ତେଲ ହଳଦୀ ଯାତ୍ରା ପାଳିତ

ମନ୍ତ୍ରୀ, ବିଧାୟକ, ନଗର ପାଳିକା ଅଧ୍ୟକ୍ଷ ସମଣି ଦ୍ବୟ ଙ୍କ ଦର୍ଶନ ସେବାର କଲେ ଲାଭ 

masiha

Leave a Comment

error: Content is protected !!