ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

ବାଣପୁର:- ବାଣପୁର ବ୍ଲକ ଅନ୍ତର୍ଗତ ସୁନାକେରା ଗାୟତ୍ରୀ ଆଶ୍ରମ ନିକଟରେ ପୂଜାକରି ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଅବସରରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଯାଇଛି l ବାଣପୁର କୃଷି ଆତ୍ମାର ଅଧ୍ୟକ୍ଷ ଶ୍ରୀ କୁମାର ଜଗତ ବଲ୍ଲଵ ମହାରଥା ଓ ମୁଖ୍ୟକୃଷି ଅଧିକାରୀ ଶ୍ରୀ ଅଜୟ କୁମାର କର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୋପୀନାଥ ମହାରଣା, ବାଣପୁର ସାଂସଦ ପ୍ରତିନିଧି ଶ୍ରୀ ଯଦୁ ପ୍ରଧାନ, ଓ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ମନୋଜ କୁମାର ପ୍ରଧାନ, ସହକାରୀ ବଇସୟିକ ପରିଚାଳକ ଶ୍ରୀ ରୂପକେତନ ସ୍ୱାଇଁ, ଶୁଚିସ୍ମିନ ଲେଙ୍କା, ଧୀରେନ୍ଦ୍ର ପ୍ରଧାନ, ଜହର ଲାଲ ସୋରି, ଶିଶିର ମାଝି ଗ୍ରାମସେବକ ଶ୍ରୀ ବିଶ୍ୱଜିତ ରାଉତରାୟ ଯୋଗ ଦେଇ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ଅଖି ମୁଠି ଅନୁକୂଳ କରିଥିଲେ l ସମସ୍ତେ କୃଷକ ମାନଙ୍କର ଏହି ପର୍ବରେ ବାଣପୁର ବ୍ଲକ ର ଚାଷ ଅନୁକୂଳ ପାଗ ଉନ୍ନତ ଫସଲ ନିମିତ୍ତ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ I

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ  ମାଉସୀ ମା ପରିଚାଳନା କମିଟି ଗଠନ

masiha

ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!