ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

କୋକସରା,୨୩/୪ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗତ ଗୁରୁବାର ଦିନ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ସେନାର ୫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କୋକସରା ସ୍ପୋର୍ଟ୍ସ କ୍ଲବର ସଦସ୍ୟ। ରବିବାର ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବୀର ଯବାନ ଅମର ରହେ ନାରା ଦେଇ ଜଗନ୍ନାଥ ମନ୍ଦିରରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରେଲି କରି ଦେଶ ମାତୃକାର ପାଇଁ ଶହୀଦ ହୋଇଥିବା ଭାରତ ମାତାର ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ପୋର୍ଟ କ୍ଲବର ମହେଶ ଗୁପ୍ତା, କ୍ଷୀରସିନ୍ଧୁ ନେଗି, ଜିତାମିତ୍ର ପ୍ରଧାନୀ, ଅଧୁରାଜିତ ନାଏକ, ସିଦ୍ଧାର୍ଥ ପ୍ରଧାନୀ, ରାକେଶ ନାଏକ, ସଞ୍ଜୀବ ନାଏକ, ତପନ ବିଶି, ସୁରଜ ନାଏକ, ମାନସ ବେହେରା, ଅମୂଲ୍ୟ ବିଶି, ମହେନ୍ଦ୍ର ପ୍ରଧାନୀ, ବିବେକ ଶର୍ମା ,ବିଜୁ ଶବର ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଝରିଆଗୁଡା ଗ୍ରାମରେ ମଧ୍ୟ ସ୍ୱାମୀ ବିବେକାନନ୍ଦ କ୍ଲବର ନବୀନ ଖମାରୀ, ବାବୁ ସାହୁ, ବିନୋଦ ପାଣିଗ୍ରାହୀ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ , ଅର ପଟ୍ଟନାୟକ, କୁରୁକ୍ଷେତ୍ର ପାଣିଗ୍ରାହୀ, ନାରାୟଣ ରାଉତ, ଅବସର ପ୍ରାପ୍ତ ଯବାନ ନରେନ୍ଦ୍ର ରାଉତ ପ୍ରମୁଖଙ୍କ ସହିତ ଯୁବଗୋଷ୍ଠୀ ଓ ଗ୍ରାମବାସୀ ସାମିଲ ହୋଇ କ୍ୟାଣ୍ଡେଲ ରେଲି କରି ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉଦଘାଟନ

masiha

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

Sunil Chandra Nayak

Leave a Comment

error: Content is protected !!