ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ତୃତୀୟାରେ ମହିସ୍କୁଦର ଗାଁ ରେ ଶତାଧିକ ଚାଷୀଙ୍କୁ ନେଇ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ

ମୟୂରଭଞ୍ଜ – ୨୩/୦୪ (ମସିହା) ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ତାଳଗାଁ ପଞ୍ଚାୟତ ର ମହିଷିକୁଦର୍ ଗାଁରେ ଜାମଦା ବ୍ଲକ କୃଷି ବିଭାଗ ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି |ଏଥିରେ ତାଳଗାଁ ପଞ୍ଚାୟତ ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ, ସମିତି ସଭ୍ୟ ସଞ୍ଜିତା ମଣ୍ଡଳ ଏବଂ ଜାମଦା ବ୍ଲକ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ, ଜିଲ୍ଲା କୃଷି କର୍ମଚାରୀ ସଂଘ ସଭାପତି ରାଜକୁମାର ମହାନ୍ତ, ତାଳଗାଁ କୃଷି କର୍ମଚାରୀ ହିମନ୍ ଦାସ, ବ୍ଲକ ର ଅନ୍ୟାନ ପଞ୍ଚାୟତ ର କୃଷି କର୍ମଚାରୀ, ମଳୟ ଗିରି, ରାମଚନ୍ଦ୍ର ହାଁସଦା, ସଲମନ ମାଝୀ, କୃଷି ଓଭରସିଅର୍ ସୁବୋଧ ମହାନ୍ତ,ଏଟିଏମ୍ ନିଶିକାନ୍ତ ଡୋଗରା, କୃଷକ ସାଥୀ, ମୁରାରୀ ମଣ୍ଡଳ, ସାତ୍ରି ବାରୀ,ମନମୋହନ ମାର୍ଣ୍ଡି ଏବଂ ସମସ୍ତ ବ୍ଲକ୍ କୃଷି କାର୍ଯ୍ୟାଳୟ ର କର୍ମଚାରୀ ମାନେ ଓ ବ୍ଲକର ବିଭିନ୍ନ ଗ୍ରାମ ର ଶତାଧିକ ଚାଷୀ ଭାଈ ଭଉଣୀ ମାନେ ଉପସ୍ଥିତ ରହି ଏହି ପବିତ୍ର ଦିନଟି କୁ କୃଷକ ମାନଙ୍କ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଅଖି ମୁଠି ଅନୁକୂଳ କରାଯାଇଛି I କେବଳ ସେତିକି ନୁହେଁ; ଏହି ଦିନର ତାତ୍ପର୍ଯ୍ୟ ଅନେକ ରହିଛି ବୋଲି ପୁରାଣରେ ବର୍ଣ୍ଣିତ | ବିଷ୍ଣୁ ଭଗବାନଙ୍କ ଷଷ୍ଠ ଅବତାର ପ୍ରଭୁ ପର୍ଶୁରାମ ଜନ୍ମ ହୋଇଥିଲେ ଆଜିର ତିଥିରେ I ପୁଣି କୁହାଯାଏ, ଆଜିର ଏହି ତିଥିରେ ମା’ ଗଙ୍ଗା ଆସିଥିଲେ ପୃଥିବୀ ପୃଷ୍ଠକୁ I ଅନେକ ବିଶ୍ୱାସ କରନ୍ତି, ଏହି ତିଥିରେ ତ୍ରେତୟା ଯୁଗର ଅୟମାରମ୍ଭ ହୋଇଥିଲା I ସବୁଠୁ ବଡ କଥା, ଆମର ଆରାଧ୍ୟ ଦେବତା ବଡ ଠାକୁରଙ୍କ ‘ରଥଯାତ୍ରା’ ପାଇଁ ଆଜିର ଦିନର ମହତ୍ୱ ବହୁତ ବେଶୀ I ଆଜିର ଦିନରୁ ହିଁ ଆରମ୍ଭ ହୋଇଥାଏ ତିନିରଥର କାଠ ପୂଜା ଏବଂ ରଥ ଗଢା କାମ ଆରମ୍ଭ ହୋଇଥାଏ ବୋଲି ତାଳଗାଁ କୃଷି କର୍ମଚାରୀ ହିମନ୍ ଦାସ ବାର୍ତ୍ତା ରଖିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚନ୍ଦାହାଣ୍ଡିଠାରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

Leave a Comment

error: Content is protected !!