ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ସେନା ତରଫରୁ କାର୍ଗିଲ ବିଜୟ ଦିବସ ପାଳିତ

ବିବେକ ସେନା ତରଫରୁ କାର୍ଗିଲ ବିଜୟ ଦିବସ ପାଳିତ

ଭବାନୀପାଟଣା ତା : ୨୬/୦୭/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ କାର୍ଗିଲ ବିଜୟ ଦିବସ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛ|ସେବୀ ସଂଗଠନ ବିବେକ ସେନା ତରଫରୁ ପାଳିତ ହୋଇଯାଇଛି | କାର୍ଗିଲ ବିଜୟ ଦିବସ ହେଉଛି ଭାରତୀୟ ସେନାର ବୀରତ୍ୱ ଓ ବଳିଦାନର ପ୍ରତୀକ ଯାହା ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ସମଗ୍ର ଦେଶରେ ‘କାର୍ଗିଲ ବିଜୟ ଦିବସ’ ଭାବେ ଅତ୍ୟନ୍ତ ଗର୍ବ ଓ ଶ୍ରଦ୍ଧା ରେ ପାଳନ କରାଯାଏ | ୧୯୯୯ ମସିହାରେ ଜମ୍ମୁ-କଶ୍ମୀରର କାର୍ଗିଲ ଅଞ୍ଚଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଶତ୍ରୁମାନେ ଲୁଚି ରହି ଭାରତୀୟ ପାହାଡ଼ ଏବଂ ଚଉକିଗୁଡ଼ିକ ଦଖଲ କରିଥିଲେ। ଭାରତୀୟ ସେନା ନିଜର ଅସୀମ ସାହସ ଦେଖାଇ ‘ଅପରେସନ୍ ବିଜୟ’ ମାଧ୍ୟମରେ ଶତ୍ରୁଙ୍କୁ ଉଚ୍ଛିନ୍ନ କରିଥିଲା। କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ଉତ୍ସବ ନୁହେଁ, ବରଂ ଏହା ଦେଶ ପାଇଁ ଜୀବନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିନ। ଏହା ଆମ ଭିତରେ ଦେଶପ୍ରେମର ଭାବନା ଜାଗ୍ରତ କରେ। ଆମେ ସବୁବେଳେ ଆମର ସେନାଙ୍କ ବୀରତ୍ୱକୁ ମନେ ରଖିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ଶିବରାମ ନାୟକ ଉଦବୋଧନ ଦେଇଥିଲେ | ଅସିତ ମହାନ୍ତି, ରୁଦ୍ର ପ୍ରସାଦ ନାୟକ, ଆଶୁତୋଷ ସାହୁ, ଅର୍ଚିତା ଦାସ ସହ ବହୁ ସଦଶ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

Related posts

ଅବ୍ୟବସ୍ଥାରେ ଘେରରେ ବେଲଗୁଣ୍ଠା ଏନଏସିର ସୌନ୍ଦର୍ଯ୍ୟ କରଣ 

Sunil Chandra Nayak

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

Sunil Chandra Nayak

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

masiha

Leave a Comment

error: Content is protected !!