ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଅଭିଯାନ

ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଅଭିଯାନ

ଆସିକା,୧୨/୧୦/୨୫ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରବିବାର ପଲସ ପୋଲି ଓ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲଗୋପାଳ ସଂଯୋଜନା ଓ ମହିଳା କର୍ମୀ ଡି.ସରସ୍ଵତୀ ରାଓଙ୍କ ପ୍ରତ୍ୟେ ତ୍ଯକ୍ଷ ତତ୍ତ୍ବାବଧାନ ନରେ ଆସିକା ଏନଏସି । ପରିସରଭୁକ୍ତ ୧୮ଟି ୱାର୍ଡରେ ୧୬ଟି ବୁଥ ଓ ଗୋଟିଏ ଟ୍ରାଞ୍ଜିଟ ବୁଥ କରାଯାଇ। ପ୍ରାୟ ୧୮ ଶହରୁ ଉର୍ଦ୍ଧ ଶୂନ୍ୟରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ ଖାଇବାକୁ ଦିଆଯିବା ସାଙ୍ଗକୃ ଶିଶୁମ ମାନଙ୍କ ସଂପୁର୍ଣ୍ଣ ଟୀକାକରଣ କରିବା ପାଇଁ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନିଜ ପିଲାର ସୁରକ୍ଷାରେ କୌଣସି ହେଳା । ନକରି ପୋଲିଓ ବୁନ୍ଦା ପ୍ରତ୍ୟେକ ଥର ଦେଇ ସଂପୁର୍ଣ୍ଣ ପୋଲିଓ ନିରାକରଣରେ ଯୋଗଦାନ କରିବାକୁ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଦିବସ ପାଳନ ଅବସର। ରେ ଏନଏସି ପରିସରଭୁକ୍ତ ଅଞ୍ଚଳରେ ରବିବାର ଅନୁଷ୍ଠିତ ହୋଇଥିବା ପୋଲିଓ ଅଭିଯାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଅଙ୍ଗନବାଡି କର୍ମୀ ନିବେଦିତା ପଟ୍ଟନାୟକ, ସନ୍ତୋଷିନୀ ପଣ୍ଡା, ରଶ୍ମିତା ଜେନା, ସୁଚିତ୍ରା ଦାଶ, ମନୋରମା ପଟ୍ଟନାୟକ, ଗୀତାଞ୍ଜଳୀ ପଣ୍ଡା, ସ୍ୱପ୍ନାରାଣୀ ବେହେରା, ଗୋଲାପରାଣୀ ସ୍ୱାଇଁ, ସବିତା କୁମାରୀ ସାହୁ, ଅନିତା କୁମାରୀ ପଣ୍ଡା, ଅନିତା ବିଶ୍ୱାଳ, ସୋନାଲି ସେଠୀ, ଆଶାକର୍ମୀ ସୁଜାତା କୁମାରୀ ଜେନାଙ୍କ ସମେତ ଆଶାକର୍ମୀ,ଏନଏମ, ଅଙ୍ଗନବାଡି କର୍ମୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ

masiha

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁର ! ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ  ରକ୍ତଦାନ ଶିବିର; ୨୪ ୟୁନିଟ୍ ରକ୍ତ ସଂଗୃହିତ

masiha

Leave a Comment

error: Content is protected !!