ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଦ୍ୱାରା ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ଭିବିନ୍ନ ଉପକରଣ ବଣ୍ଟନ 

ସମାଜସେବୀ ଦ୍ୱାରା ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ଭିବିନ୍ନ ଉପକରଣ ବଣ୍ଟନ 

ନବରଙ୍ଗପୁର:(୧୭|/୦୯)(ରବି ନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ସମାଜସେବୀ ସୟଦ ଗୁଲାମ ହୁସେନ ଦ୍ୱାରା ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ lଡାଳିମ୍ବଦେଇ ମହାବିଦ୍ୟାଳୟ ଠାରେ ଅସହ୍ୟ ଗରମ ହେବା ଯୋଗୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିଲେ l ଏନେଇ ଛାତ୍ରଛାତ୍ରୀ ବାରମ୍ବାର ମହାବିଦ୍ୟାଳୟ ପ୍ରିନ୍ସିପାଲ କୁ ନିକଟରେ ଅଭିଯୋଗ କରିଥିଲେ lମହାବିଦ୍ୟାଳୟ ନିକଟରେ ଏଥିପାଇଁ କୌଣସି ଫଣ୍ଡ ନଥିଲା lବହୁ ଦିନ ଧରୀ ଛାତ୍ରଛାତ୍ରୀ ଅଭିଯୋଗ ରହିଥିଲା l ପାପଡାହାଣ୍ଡି ଗ୍ରାମର ସୟଦ ଗୁଲାମ ହୁସେନ (ବାବୁଲି ଖାନ ) ଜାଣିବା ପରେ ମହାବିଦ୍ୟାଳୟ କୁ ନିଜସ୍ୱ ଖର୍ଚ୍ଚ ବହନ କରି ୨୦ ଗୋଟି ସିଲିଙ୍ଗ ଫ୍ୟାନ ଓ ୨୦ ଗୋଟି ଟିୟୁବ ଲାଇଟ ପ୍ରଦାନ କରିଥିଲେ ।ଏନେଇ ମହାବିଦ୍ୟାଳୟ ଠାରେ ପ୍ରିନ୍ସିପାଲ ସାନା ସାହୁ ଙ୍କ ଅଧକ୍ଷତା ରେ ସୟଦ ଗୁଲାମ ହୁସେନ କୁ ସମ୍ବର୍ଦ୍ଧନା କରାଯାଇଥିଲା ।ସୟଦ ହୁସେନ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅନେକ ଆଗକୁ ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀ ପାଇଁ ଅନେକ ଉନ୍ନତି ମୂଳକ କାମ କରିବି ବୋଲି ପ୍ରତିଶୃତି ଦେଇଥିଲେ ।ଏହି ଅବସର ରେ ଅରୁଣ କୁମାର ସେଠୀ (ରାଜନୀତି ଅଧ୍ୟାପକ)ଶୁଭ୍ରାଂଶୁ ଦାସ, ନବନିତା ସାହୁ, ସଂଗୀତା ସାହୁ, ଶରତ ଚନ୍ଦ୍ର ମାଝୀ, ଜାୟାମୋନି ହରିଜନ, ସମ୍ବାରୁ ହରିଜନ, ତ୍ରିବେଦ ପୋଡାଲ, ରିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଭେଟିଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତା

masiha

ରାଧାମୋହନ ଗଡ଼ନାୟକଙ୍କ କବିତାର ଅନ୍ତଃସ୍ବର ଜାତି ଓ ଦେଶମାତୃକା ପାଇଁ ଅଭିପ୍ରେତ ଥିଲା

Sunil Chandra Nayak

Leave a Comment

error: Content is protected !!