ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ

 ରାଜ୍ୟରେ ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ଓବିସି ଗଣନା ଆରମ୍ଭ ହେବ । ଏହା ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ କରିଛନ୍ତି ।

ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ ଦେଇଛି । ଗତ ଜାନୁଆରି ମାସରେ ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପଛୁଆ‌ ବର୍ଗର ଜାତିକୁ ଏସଇବିସି ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ରେ ସଂଶୋଧନ ଆଣିଥିଲେ ।

ଏହି ଅଧିନିୟମକୁ ଗତ ବିଧାନସଭା ଅଧିବେଶନରେ ଆଗତ ମଧ୍ୟ କରାଯାଇଥିଲା । ହେଲେ ପରେ ଏହି ଅଧିନିୟମକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଥିଲେ । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ର ଧାରା-୯ ଅଧୀନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାଦ୍ବାରା ବଢ଼େଇ, ବିନ୍ଧାଣୀ, ବିନ୍ଦାଣୀ, ବରାଜି, ବରୋଇ, ଶଙ୍ଖୁଆ ତନ୍ତି, ଗୋଳ ତନ୍ତି, ଲଜ୍ୟା ନିବାରଣ, ହଂସି ତନ୍ତି, କପାଡ଼ିଆ, ଗନ୍ଧମାଳି, ଥାନପତି, ପାଣ୍ଡରା ମାଳି, ପନିଅର ମାଳି, ପଣ୍ଡାରିଆ, ଓଡ଼-ଖଣ୍ଡାୟତ, ବୟାଳିଶ, ଓଡ, ଓଡ଼-ପାଇକ, ଓଡ଼-ପାଇକୋ, ହଳଦିଆ-ତେଲି ଏବଂ କାଳନ୍ଦୀ ଭଳି ଜାତି/ସମ୍ପ୍ରଦାୟର ଲୋକମାନେ ଏସଇବିସି ଭାବେ ଗଣତି ହେବେ ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ମୋଟ ୨୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କଟକ ରିଙ୍ଗ ରୋଡକୁ ୬ ଲେନ ବିଶିଷ୍ଟ କରାଯିବା ସହ ଆହୁରି ୨୦ ବର୍ଷ ପାଇଁ ଓଡି଼ଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିଭଳି ଓଡ଼ିଶା ଇଭି ପଲିସି-୨୦୨୧ରେ ସଂଶୋଧନ ହେବ । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ ଆସିବ । ସେହିପରି ସବ୍ ଇନ୍ସପେକ୍ଟର ନିଯୁକ୍ତ ପାଇଁ ନୂଆ ଅଧିନିୟମ-୨୦୨୩ ଆସିବ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ ହେବ । ଜିପିଏଫ ଅଧିନିୟମ-୧୯୩୮ରେ ସଂଶୋଧନ ହେବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆହୁରି ସଶକ୍ତ ହେବ ମହିଳା ଏସଏସଜି…ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ୍‌ ଚାଳିତ ସ୍କୁଟର

Sunil Chandra Nayak

ମୁଖ୍ୟମନ୍ତ୍ରି ଙ୍କ ଜାପାନ ଗସ୍ତ

Sunil Chandra Nayak

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ… ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର : ସମସ୍ତଙ୍କର ଯାଞ୍ଚ ହେବ ସାର୍ଟିଫିକେଟ୍

Sunil Chandra Nayak

Leave a Comment

error: Content is protected !!