ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାର କୁ  ସି ଆଇ ଟି ୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ

ରାଉରକେଲା/ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାରଳା ବସ୍ ର କଣ୍ଡକ୍ଟର ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ( ସି ଆଇ ଟି ୟୁ) ର ସଦସ୍ୟ ଅରୁଣ କୁମାର ମହାନ୍ତ ଙ୍କ ପରିବାର କୁ ଆଜି ନୂଆ ବସ୍ ଷ୍ଟାଣ୍ଡରେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ୟୁନିୟନ ପକ୍ଷରୁ ପରିବହନ ଶ୍ରମିକ ମାନଙ୍କ ପାଇଁ କରାଯାଇଥିବା ୫ ଲକ୍ଷ ଟଙ୍କାର ବୀମା ରାଶି କୁ ପ୍ରଦାନ କରାଯାଇଛି। ୟୁନିୟନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନିୟନ ର ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ୟୁନିୟନ ର ସାଧାରଣ ସମ୍ପାଦକ ବିମାନ ମାଇତି,ଉପ ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ, ସଂପାଦକ ଅକ୍ଷୟ ମହାନ୍ତ, ଶୁଭେନ୍ଦୁ ମହାନ୍ତି, ୟୁନାଇଟେଡ଼ ୟୁନସୁରାନସର ଶାଖା ପ୍ରବନ୍ଧକ ବନ୍ଦନା ଏକ୍କା,ବସ୍ ମାଲିକ ସଂଘ ନେତା ମୀନ କେତନ ମହାନ୍ତି, ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ମୃତ ଶ୍ରମିକ ର ପିତା ହାରା ମହାନ୍ତ ଓ ମାତା ମାନ୍ଦା ମହାନ୍ତ ଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ୟୁନିୟନ ପକ୍ଷରୁ ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ( ସି ଆଇ ଟି ୟୁ) ପକ୍ଷରୁ ୟୁନିୟନ ର ସମସ୍ତ ସଭ୍ୟ ମାନଙ୍କର ବୀମା ରାଶି ପ୍ରଦାନ କରାଯାଇ ବୀମା କମ୍ପାନୀ ରେ ସଭ୍ୟ ଭୁକ୍ତ କରାଯାଇଛି ଯାହା ଫଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କିମ୍ବା ବିକଳାଙ୍ଗ ହେଉ ଥିବା ଶ୍ରମିକ ମାନଙ୍କୁ ବୀମା ରାଶି ପ୍ରଦାନ କରାଯାଇ ପାରୁଛି। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା,ଅଜୟ ଶର୍ମା, ମୋଟର କର୍ମଚାରୀ ସଂଘ ନେତା ଗୋପାଳ ହାଜରା, ବଜରଙ୍ଗି ଲୋହାର, ଅଶ୍ଵିନୀ ସାହୁ, ତଲତ୍ ମେହମୁଦ୍, ମହମ୍ମଦ ଅରିଫ୍ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ

masiha

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

ରଥଯାତ୍ରା ପଥ ମହୋତ୍ସବ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!