ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

ଭବାନୀପାଟଣା ବ୍ଲକର ଶ୍ରୀ ଧବଳେଶ୍ୱର ଉଚ୍ଚ ବିଦ୍ୟାପିଠ ଦେପୁରକୁ ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିବାରୁ ଉକ୍ତ ବିଦ୍ୟାଳୟର ମେଣ୍ଟର କବି ଡ଼. ଭବାନୀ ଶଙ୍କର ନିଆଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା,5T ସଚିବ ଏବଂ ଜିଲ୍ଲାପାଳ କଳାହାଣ୍ଡିଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଧବଳେଶ୍ୱର ଉଚ୍ଚ ବିଦ୍ୟାପିଠ,ଦେପୁର ୧୯୮୯ ରେ ସ୍ଥାପିତ ହୋଇଥିଲେ ହେ ଏଠାରେ ଫିଜିବିଲିଟି ନ ଥିବା କାରଣରୁ ତୃତୀୟ ପର୍ଯ୍ୟାୟରେ 5T ରେ ଆସିପାରି ନ ଥିଲା । ବର୍ତ୍ତମାନ ଅତ୍ୟନ୍ତ ଖୁସିର ବିଷୟ ଯେ, ଦେପୁର କୁ ଚତୁର୍ଥ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଡ଼. ଭବାନୀ ଶଙ୍କର ନିଆଲ ମାନ୍ୟବର ମୁଖ୍ୟମନ୍ତ୍ରୀ,5T ସଚିବ ଏବଂ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ଦ୍ୱାରା ଏ ଅଞ୍ଚଳର ପାଖାପାଖି ୨୦ ଟି ଗାଁର ଛାତ୍ରଛାତ୍ରୀ ଉପକୃତ ହେଇ ପାରିବେ । ଏହା ସହ ସେ ସ୍ଥାନୀୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଜିଲ୍ଲା ଶିକ୍ଷା ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ୨୦୨୧ ରେ ଡ଼. ନିଆଲ ଦେପୁର ଏବଂ କର୍ଲାପଡା ହାଇସ୍କୁଲକୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗୀକାର କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

masiha

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

masiha

Leave a Comment

error: Content is protected !!