ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟରେ ଜନସାଧାରଣଙ୍କ ଅସନ୍ତୋଷ

ରାଉରକେଲା/ ଆମ୍ବାଗାନ ନିକଟସ୍ଥ ପୂର୍ବରୁ ଥିବା ଦୀପକ ସିନେମା ହଲ କୁ ଜନୈକ ବ୍ୟବସାୟୀ ନେବାପରେ ଏହାକୁ ଏକ ମଲ୍ ରୂପେ ରୂପଦେବାକୁ ଚେଷ୍ଟା କରୁଛନ୍ତି । ତେବେ ବ୍ୟବସାୟୀଙ୍କ ନିର୍ଦ୍ଦେଶରେ ଦୀର୍ଘ ପଚାଶ ଦଶନ୍ଧିରୁ ଉର୍ଦ୍ଧ୍ବ ଶ୍ରୀଗୁଣ୍ଡିଚା ମନ୍ଦିର ପଛପାଖ ଓ ମନ୍ଦିରର ରୋଷେଇ ଘର ପଛପଟେ ଏପରି ଭାବେ ତାଢିଛନ୍ତି ଯେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବାସହ ସାଧାରଣ ରେ ଅସନ୍ତୋଷ ଖେଳିଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପଛପାର୍ଶ୍ୟରୁ ଭଂଜଭବନ ଯିବା ରାସ୍ତା ଉପରେ ପ୍ରାଚୀର ନିର୍ମାଣ କରି ଜନସାଧାରଣଙ୍କ ଯାତାୟତ କୁ ବନ୍ଦ କରିବା ସହ ସେକ୍ଟର ଅଂଚଳରୁ ନିଷ୍କାସିତ ହେଉଥିବା ବର୍ଷା ଜଳ କୁ ବନ୍ଦ କରିଦିଆଯାଇଛି । ବ୍ୟବସାୟ କରିବା ଆଳରେ ମନ୍ଦିରର କ୍ଷତି ପହଞ୍ଚାଇବା ଶ୍ରଦ୍ଧାଳୁ ମାନଙ୍କୁ ବ୍ୟଥିତ କରିଥିବା ବେଳେ ଏହାକୁ ମନ୍ଦିର କମିଟିର ସର୍ବଶ୍ରୀ ହରିହର ରାଉତରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ଭରତ ମିଶ୍ର, ଅମୂଲ୍ୟ ଚରଣ ବରାଳ, ପ୍ରବୀଣ ବେଦୀ, ଭରତ ପ୍ରଧାନ, ଦେବାଶିଷ ପାଣିଗ୍ରାହୀ, ସୁଧୀର ସାହୁ, ବିନୋଦ ଅଗ୍ରୱାଲ, ହରିହର ବେହେରା, ସଚେତନ ନାଗରିକ ମଞ୍ଚ ର ସାଧାରଣ ସଂପାଦକ ପି ପି ରାୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ତଥା ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ବିଶ୍ବାସର ଧର୍ମ ପୀଠ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ରାଧାକୃଷ୍ଣ ମନ୍ଦିର ର କୌଣସି କ୍ଷତି ନହେଲାଭଳି କାର୍ଯ୍ୟ କରିବାକୁ ଚେତାଇ ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପିକଅପ ଗାଡି ସହ ଧକ୍କା ହୋଇ ବାଇକ ଆରୋହି ଗୁରୁତର

Sunil Chandra Nayak

ଶୁଣ୍ଢୀଗୁଡା ଗ୍ରାମରେ ନିଆଁ ଲାଗି ୧ ଟି ଧାନ ଗଦା ପୋଡି

Sunil Chandra Nayak

ବି. ବି. ହାଇସ୍କୁଲ, ଢେଙ୍କାନାଳର ୧୨୮ତମ ପ୍ରତିଷ୍ଠା ସପ୍ତାହ, ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ-୨୦୨୪ ଓ ‘ବନ ମହୋତ୍ସବ ସପ୍ତାହ’ ପାଳିତ

masiha

Leave a Comment

error: Content is protected !!