ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଅତି ମନୋହର

ସକାଳର ଜଣାଣ

ଅତି ମନୋହର

ବିଜୟ କୁମାର ଜେନା

ଅତି ମନୋହର ଦିଶଇ କାଳିଆ
          ହୋଇଛନ୍ତି ସୁନାବେଶ
ଜଗତ ହିତରେ ପତିତ ପାବନେ 
           ଭାଇ ଭଉଣୀ ଙ୍କ ହସ।
ରତ୍ନରେ ମଣ୍ଡିତ ରୂପ ବିମୋହିତ
            ଶ୍ରୀକ୍ଷେତ୍ର ଆହା ବୈକୁଣ୍ଠ
ସର୍ବ ଦେବା ଦେବୀ ମିଳିତ ହୁଅନ୍ତି
            ଦେଖିବାକୁ ତିନି ରଥ।
ଭେଦ ଭାବ ଭୁଲି ଆସିଥାନ୍ତି ଚାଲି
         ପାପୀ ତାପି ଦୀନ ହୀନ
ଦେଖି ସୁନାବେଶ ହୁଅନ୍ତି ଆନନ୍ଦ
          ହେବାକୁ ବ୍ରହ୍ମରେ ଲୀନ।
ଏହି ବେଶ ପରେ ରଥର ଉପରେ
           ହୁଅଇ ଅଧର ପଣା
ଅଶରୀରୀ ଗଣ ତାହାକୁ ଭକ୍ଷଣ
            କରି ମୋକ୍ଷ ଭାବେ ଗଣା।
ତହିଁ ପରେ ପରେ ନିଳାଦ୍ରୀ ବିଜୟ
             ଲାଗିଛି କାଳିଆ ଲୀଳା
ଭକତ ନୟନ ଲୋତକେ ଭିଜଇ 
             ସାରା ବର୍ଷ ତାର ଖେଳା।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ସଫଳ। ଦାସ ଙ୍କ କବିତା = ତୁମେ କେମିତିକା ଯେ

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!