ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର୨୩/୪/୨୩- ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା କେନ୍ଦ୍ରାପଡା ଜିଲ୍ଲା । ଯାହାର ଶୀର୍ଷକ ଥିଲା- ” ଦୁଃଖ ମୋ ଭାଗରେ ଲେଖା “। ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଦକ୍ଷ ସମୀକ୍ଷା କାରିଣୀ ସରସ୍ୱତୀ ପଣ୍ଡା, ଯାଜପୁର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କବୟିତ୍ରୀ ଭାରତୀ ଲେଙ୍କା । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ସମ୍ବଲପୁର ଜିଲ୍ଲାର କବି ନରସିଂହ ମହାରଣା ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରାଉରକେଲା, ସୁନ୍ଦରଗଡର କବୟିତ୍ରୀ ରଞ୍ଜୁଲତା ପାଢୀ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଏଥିରେ ମୋଟ ୨୦ ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ । ସେମାନେ ହେଲେ-୧) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ୨)ଅଶୋକ କୁମାର ନାୟକ, ନୟାଗଡ଼, ୩)ଡ. ଅରୁଣ ଚରଣ ବାରିକ୍, ମହୁ, କେନ୍ଦ୍ରାପଡା, ୪)ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା, ସୁନ୍ଦରଗଡ,୫) ନରସିଂହ ମହାରଣା, ସମ୍ବଲପୁର, ୬)ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ, ୭)ରୀତାଅପରାଜିତା ମହାନ୍ତି, ଖୋର୍ଦ୍ଧା, ୮)ଅନ୍ନପୂର୍ଣ୍ଣା ଜେମା, ପିପିଲି, ପୁରୀ, ୯)ଦେବରାଜ୍ ରଣା, ଚାଉଳଡିଆ, ବଲାଙ୍ଗୀର, ୧୦)ପ୍ରଭାସିନୀ ମହାରଣା, କଟକ, ୧୧)ସତ୍ୟ ସିଂ ବାଗ, କଳାହାଣ୍ଡି, ୧୨)ଧରିତ୍ରୀ ଦାସ, ଯାଜପୁର, ୧୩)ଆନନ୍ଦିନୀ ମିଶ୍ର, ଝାରସୁଗୁଡା, ୧୪)କାଦମ୍ବରୀ ମହାଖୁଡ଼, ଢେଙ୍କାନାଳ, ୧୫)ଝୁମୁରୀ ସାହୁ, ଶିକ୍ଷୟିତ୍ରୀ, ଖୋର୍ଦ୍ଧା, ୧୬)ଡିଲେଶ୍ବର ବାଗ, ସମ୍ବଲପୁର, ୧୭)ସମ୍ପଦ କୁମାର ବେହେରା, ବାଲିଆ, ପୁରୀ, ୧୮)ତରୁଣ କୁମାର ମିଶ୍ର, ପୁରୀ, ୧୯)ଅନ୍ନପୂର୍ଣ୍ଣା ସାହୁ ଖୋର୍ଦ୍ଧା ଓ ୨୦)ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ ଜିଲ୍ଲା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ର ଜୟପାଟଣାରେ ଜରୁରୀ ବୈଠକ 

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

Sunil Chandra Nayak

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

Leave a Comment

error: Content is protected !!