ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରଗୁଡା ଗ୍ରାମପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଗୋଲାମୁଣ୍ଡା ପଞ୍ଚାୟତ ସମିତି ବୋରଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଜୟରାମ ସାହୁ ଙ୍କ ସଭାପତିତ୍ୱରେ ପିଇଓ ଅଲେଖ ସାହୁ, grs ମୁରଲୀ ରାଉତ,ସିଏଚଓ ଯଶୋଧରା ତାଣ୍ଡି,ଅଙ୍ଗନବାଡି କର୍ମି ଉର୍ବଶୀ ସୁନାନୀ,ରୁକ୍ମଣୀ ସାହୁ, ଅନିତା ଭୋଇ,ପ୍ରଭାତୀ ହରିଜନ,ୱାର୍ଡ ସଭ୍ୟ ମଦନ ସୁନାନୀ,ଝଜ ଲହଜଲ,ସସ୍ମିତା ବଗର୍ତ୍ତୀ,ଧନିରାମ ହଂସ ବନ୍ଧା ଗାଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭଗବାନ ନାଗ,କୁନ୍ଦନ ନାଏକ, ନାଏବ ସରପଞ୍ଚ ଓ ଗ୍ରାମବାସୀ ଉପସ୍ଥିତ ଥିଲେ.ସମ୍ପ୍ରତି ପଞ୍ଚାୟତରାଜ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ହୋଇଥିବାରୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନମଙ୍ଗଳ ଯୋଜନା ପଞ୍ଚାୟତରୁ ରୂପାୟନ ର କାରଣ ରୁ ଗ୍ରାମସଭା ବେଶ ଗୁରୁତ୍ୱ ବହନ କରେ.ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ପଞ୍ଚାୟତ ତରଫରୁ ଗାଁ ଛକ ଜାଗା ରେ ଜଲଛତ୍ର ଖୋଲିବା ପାଇଁ ସ୍ଥିରୀକୃତ ହୋଇଥିଲା.ୱାର୍ଡ ରେ ଥିବା ବିଭିନ୍ନ ବିଭିନ୍ନ ସମସ୍ୟା ଗୁଡିକ ପଞ୍ଚାୟତ ର ଦୃଷ୍ଟି ଗୋଚର କରିବାକୁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସରପଞ୍ଚ କହିଥିଲେ.ଏହି ଅବସରରେ ପଂଚାୟତ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

ଢଗ ନାଏକ ଙ୍କ ରିପୋର୍ଟ୍ 

,

Related posts

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ଉତ୍ତରାଧିକାରୀ କୁ ବୀମାରାଶି ପ୍ରଦାନ

masiha

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

masiha

Leave a Comment

error: Content is protected !!